ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Spread the love

ଭୂବନେଶ୍ଵର: ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚିକାଙ୍କ ପୀଠ ପର୍ଯ୍ୟଟନର ମାନ୍ୟତା ପାଇଥିଲେ ମଧ୍ୟ ଏବେ ସୁଦ୍ଧା ରାଜ୍ୟସରକାର ପକ୍ଷରୁ ଆଖିଦୃଷ୍ଟିୟା କୌଣସି ବିକାଶ ହୋଇ ନଥିବା ବାଙ୍କୀ ଯୁବ କଂଗ୍ରେସ ଅଭିଯୋଗ ଆଣିଛି । ଆଜି ବାଙ୍କୀ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୁତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ମନ୍ଦିରର ଉର୍ଣ୍ଣତି କରଣ ତଥା ଦେବସ୍ବ ସମ୍ପତିକୁ ମାଡି ବସିଥିବା ଜମି ଦଲାଲଙ୍କ କବଜାରୁ ଉଦ୍ଧାର ନେଇ ଆଜି ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବଙ୍କ ଉଦେଶ୍ୟରେ ବାଙ୍କୀ ଉପଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଯଦି ଏହାର ଉର୍ଣ୍ଣତି କରଣ ପାଇଁ ଠୋସ ପଦକ୍ଷେପ ପ୍ରଶାସନ ପକ୍ଷରୁ ନିଆନଯାଏ, ତେବେ ଅଗାମି ଦିନରେ କଂଗ୍ରେସ ପକ୍ଷରୁ ଜନ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସ୍ମୁତିରଞ୍ଜନ ଲେଙ୍କା ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *