ସନ୍ଧେହଜନକ ଅବସ୍ଥାରେ ବନବିଭାଗ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ

Spread the love

ଆଠଗଡ଼,(ନାଗରାଜ ନ୍ୟୁଜ): ହାତୀ କୁ ହତ୍ୟା କରିଥିବା ସନ୍ଧେହ ରେ ବଡମ୍ବା ରେଞ୍ଜ ରେ ପଚରାଉଚରା କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କର ବନବିଭାଗ ହେପାଜତରେ ସନ୍ଧେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଡମ୍ବା ଥାନା ଅନ୍ତଗତ ସାତଗୋଛିଆ ଗାଁର ୫୯ ବର୍ଷିୟ ଧନେଶ୍ବର ବେହେରା । ଉକ୍ତ ଘଟଣା ରେ ଆଠଗଡ଼ ଥାନାରେ ଆଠଗଡ ବନଖଣ୍ଡ ର ୨ ଏସିଏଫ୍ , ବଡମ୍ବା ରେଞ୍ଜରଙ୍କ ସମେତ 6ରୁ7ଜଣ ବନ କର୍ମଚାରୀ ଅଟକ । ଗତ ୩୦ ତାରିଖ ରେ ବଡମ୍ବା ରେଞ୍ଜ ର ମାଣିଆବନ୍ଧ ବିଟ ହିନ୍ଦୋଳ ବଡ଼ର ର ହିପିଣ୍ଡା ସଂରକ୍ଷିତ ଜଙ୍ଗଲର ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର କରାଯାଇ ତଦନ୍ତ କରୁଥିଲା ବଡମ୍ବା ବନ ବିଭାଗ । ଆଠଗଡ ଥାନା ରେ ଆଠଗଡ SDPO ପହଞ୍ଚି ପଚରାଉଚରା ଜାରିରଖିଛନ୍ତି

Leave a Reply

Your email address will not be published. Required fields are marked *