ପ୍ରକାଶ ପାଇବ ଦଶମ ଶ୍ରେଣୀ ନିମନ୍ତେ TERM 1 ଟେଷ୍ଟ ପେପର

Spread the love

କଟକ,(ନାଗରାଜ ନ୍ୟୁଜ): ଆସନ୍ତା ଅଗଷ୍ଟ 5ତାରିଖ ଦିନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଦ୍ୱାରା ପ୍ରକାଶିତ 2022/23ବର୍ଷ ପାଇଁ ଦଶମ ଶ୍ରେଣୀ ନିମନ୍ତେ TERM 1 ଟେଷ୍ଟ ପେପର ପ୍ରକାଶ ପାଇବ ।ରାଜ୍ୟ ସରକାରଙ୍କ ପାଠ୍ୟକ୍ରମ କୁ ଦୃଷ୍ଟିରେ ରଖାଯାଇ ଏହି ଟେଷ୍ଟ ପେପର ପ୍ରକାଶ ପାଇଛି।ଦୁଇଟି ସେଟ୍ SUBJECTIVE ଏବଂ OBJECTIVE ଦୁଇଟି ଟେଷ୍ଟ ପେପର ମୂଲ୍ୟ 450 ଟଙ୍କା ରଖା ଯାଇଛି। ଏହି ନୂତନ ଢାଞ୍ଚାରେ ପ୍ରକାଶ ପାଉଥିବା ଟେଷ୍ଟ ପେପର ଛାତ୍ର ଛାତ୍ରୀ ଶିକ୍ଷକ ଓ ଅଭିଭାବକ ମହଲରେ ଖୁବ ଆଦୃତ ହୋଇପାରିବ ବୋଲି ଓଷ୍ଟା ର ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି।ଆଜି ଓଷ୍ଟା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାନ୍ତି କହିଲେ ରାଜ୍ୟ ସରକାର ପ୍ରତି ବର୍ଷ ଶିକ୍ଷା ନୀତି ଏବଂ ପରୀକ୍ଷା ପଦ୍ଧତିର ବାରମ୍ବାର ପରିବର୍ତ୍ତନ କରୁ ଥିବାରୁ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏକ ଗୁରୁତର ସମସ୍ୟା ସୃଷ୍ଟି କରିଛି।କରୋନା ସଂକ୍ରମଣ ସମୟରେ ସରକାର ଯେ ଭଳି ପରୀକ୍ଷା ପଦ୍ଧତ୍ୟିକୁ ବଡଲାଇ ଦେଇ ନୂତନ ଢାଞ୍ଚା ପ୍ରଚଳନ କଲେ ଯାହାକି ଛାତ୍ର ଛାତ୍ରୀ ମାନେ ନୂତନ ପଦ୍ଧତିରେ ଅଭ୍ୟସ୍ତ ନୁହନ୍ତି। ଏହି ଛାତ୍ର ଛତ୍ରୀ ମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦିଆ ଯାଇଥିଲା ।

ସେହିଭଳି ରାଜ୍ୟ ସରକାର ସିଲାବସ ପ୍ରସ୍ତୁତି ପୁସ୍ତକ ପ୍ରକାଶନ ଏବଂ ପରୀକ୍ଷା ପଦ୍ଧତି ସମ୍ପର୍କରେ ଅଭିଜ୍ଞ ଶିକ୍ଷକ ଙ୍କ ପରାମର୍ଶ ନେଇ ନାହାନ୍ତି।ଅତୀତରେ କୋଡ଼ିଏ ବର୍ଷ ପୂର୍ବେ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ଅଭିଜ୍ଞ ଶିକ୍ଷକ ଙ୍କ ପରାମର୍ଶ ନିଆ ଯାଉଥିଲା ଯାହା ଏବେ ନାହିଁ।ଶିକ୍ଷା ବିଭାଗର ଏ ଭଳି ମନୋ ବୃତିକୁ ଓଷ୍ଟ।ତୀବ୍ର ସମାଲୋଚନା କରିଛି।ବହୁ ପରୀକ୍ଷା ନିରୀକ୍ଷା ସହିତ ଦୀର୍ଘ ସତୁରୀ ବର୍ଷ ଧରି ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଓଷ୍ଟ। ଦ୍ଵାରା ପ୍ରକାଶିତ ଟେଷ୍ଟ ପେପର ଟି ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷାବିତ୍ ଓ ଅଭିଭାବକ ମଧ୍ୟରେ ବେଶ୍ ଆଦୃତ ହେବ ବୋଲି ଓସ୍ଟା ପକ୍ଷରୁ ସୂଚନା ମିଳିଛି।ଏହି ସମ୍ମିଳନୀରେ ଅଶୋକ ମହାପାତ୍ର,ରଞ୍ଜନ କୁମାର ଦାସ, ଶଙ୍କର କୁମାର ସୁବୁଦ୍ଧି,ବିନାୟକ ପରିଡା ପ୍ରମୁଖ ଉପସ୍ଥିତି ଥିଲେ।

Leave a Reply

Your email address will not be published. Required fields are marked *