ଗଁଦିଆ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟରେ ଆଜାଦି କା ୭୫ ତମ ଅମୃତ ମହୋତ୍ସବ ପାଳିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ସମଗ୍ର ଦେଶରେ ଆଜାଦ କି୭୫ତମ ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଗଁଦିଆ ଗୋଷ୍ଠି ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ପାଳିତ ହୋଇଛି ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଜ୍ୟୋର୍ତମୟୀ ନାଥ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଗଁଦିଆ ପଞ୍ଚାୟତ ସମିତି ଅଧକ୍ଷା ରିନାରାଣୀ ଖଟୁଆ ସମ୍ମାନିତ ଅତିଥି ଭାବରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ପ୍ରମୁଖ ଯୋଗଦାନ କରି ପ୍ରଥମେ କାର୍ଯ୍ୟଳୟ ସମ୍ମୁଖରେ ବିଧାରପୁର ଗ୍ରାମର ବାଲୁକା ଶିଳ୍ପୀ ଗତି କୃଷ୍ଣ ନାୟକଙ୍କ ଦ୍ୱାର ବାଲିରେ ନିର୍ମିତ ସହିଦ ବାଜିରାଉତ ଙ୍କର ପ୍ରତିମୂର୍ତ୍ତିକୁ ପୁଷ୍ପ ଗୁଛ ପ୍ରଦାନ କରିଥିଲେ ଏହାପରେ ଏହି ଉପଲକ୍ଷେ ରାଧାକୃଷ୍ଣ ବିଦ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ପ୍ରଥମେ ଉପସ୍ଥିତ ଛାତ୍ରୀ ମାନଙ୍କ ଦ୍ୱାରା ସହିଦ ବାଜିରାଉତ ଙ୍କ ଉପରେ ଦେଶାତ୍ମବୋଧକ ଗୀତ ପରିବେଷଣ କରିଥିଲେ ଅତିଥି ଦୁୟ ଏହି ଅମୃତ ଉତ୍ସଵ ପାଳନର ତାତ୍ପର୍ଯ୍ୟଉପରେ ଆଲୋକପାତ କରିବା ସହିତ ଆମେମାନେ ଯେଉଁକ୍ଷେତ୍ରରେ ଥାଉନା କାହିଁକି ନିଜକୁ ଜଣେ ସଚା ନାଗରିକ ଭାବରେ ଗଢି ତୋଳିବା ସହିତ ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ସି ଆର ସି ସି ସୁବାସ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *