ସୁନ୍ଦର ମୋ ଭାଷା ସାହିତ୍ୟର ୭୮ତମ ଅନନ୍ୟ ଅନନ୍ୟା ଅଡିଓ କବିତା ଆସର

Spread the love

ବାଲେଶ୍ବର,(ନାଗରାଜ ନ୍ୟୁଜ): ସୁନ୍ଦର ମୋ ଭାଷା ସାହିତ୍ୟ ଜଂଭରା କେନ୍ଦୁଝରର ୭୮ତମ ଅନନ୍ୟା ଅଡିଓ କବିତା ଆସର ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ତଥା ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ସମ୍ପାଦିତ ଆସରରେ ଓଡ଼ିଶାର ଜଣେ ସୁକଣ୍ଠଶିଳ୍ପୀ ଆର ଜେ ଶ୍ୱେତା ଯିଏ କି ଭଜନ ସମ୍ରାଟ ଭିକାରୀ ବଳଙ୍କ ନାତୁଣୀ ସେ ମୁଖ୍ୟ ଅତିଥି ଥିବାବେଳେ ଡ଼ଃ ନୀଳାଦ୍ରୀ ଜଗଦେଵ, ଗଜନୀ ଚନ୍ଦ୍ରଶେଖର, ପ୍ରଭଞ୍ଜନ ତ୍ରିପାଠୀ ସମ୍ମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ । ସୁଶ୍ରୀ ଆରାଧ୍ୟା ସେନାପତିଙ୍କ ଶୁଭ ଶଙ୍ଖଧ୍ୱନି ଓ ବିଷ୍ଣୁପ୍ରସାଦ ମିଶ୍ରଙ୍କ ମନ୍ତ୍ର ପାଠ ସହ ପ୍ରଫୁଲ୍ଲ କୁମାର ହୋତାଙ୍କ ଦ୍ୱାରା ଆସର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା । ଅନନ୍ୟ କଣ୍ଠଶିଳ୍ପୀ ପ୍ରତାପ ରାଉତ, ତୃପ୍ତିରାଣୀ ପାତ୍ର, ଅଙ୍କିତା ପ୍ରିୟଦର୍ଶିନୀ, ଉଜ୍ଜୟିନୀ ମିଶ୍ର ଓ ଅଙ୍କିତା ଦାଶଙ୍କ ଭାବ ଭକ୍ତି ପୂର୍ଣ୍ଣ ଭଜନରେ ଏକ ଭକ୍ତି ନୈବେଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ପରେ ସମ୍ପାଦକ ଶ୍ରୀ ସେନାପତିଙ୍କ ଅତିଥି ପରିଚୟ ଓ ଆହ୍ବାନରେ ମୁଖ୍ୟ ଅତିଥି ଅତି ସୁନ୍ଦର ଉପାଦେୟ ମାର୍ଗଦର୍ଶନ କରି କଳା, ସାହିତ୍ୟ, ସଂସ୍କୃତିର ବିକାଶ କରି ଓଡିଶାକୁ ସମୃଦ୍ଧ କରିବାକୁ ନିବେଦନ କରିଥିଲେ ।ସମ୍ପାଦକଙ୍କ ପାରମ୍ପରିକ ସଂଯୋଜନାରେ ଗୌରୀ ପଣ୍ଡା, ଅଜିତ ତ୍ରିପାଠୀ, ଦୀପ୍ତି ଦେବଦର୍ଶିନୀ ସୁତାର ସଞ୍ଜୟ ମିଶ୍ର ସମେତ ମୋଟ ୩୫ଜଣ ରାଜ୍ୟସ୍ତରୀୟ କବି କବୟିତ୍ରୀ ସଂଗୀତ ଗାନ ଓ ରସବୋଧ କବିତା ଆବୃତ୍ତି କରି ଏକ ମନୋରମ ବାତାବରଣ ସୃଷ୍ଟି କରିଥିଲେ । ଆସର ମଧ୍ୟରେ ଅନନ୍ୟା ମୁଖ୍ୟ ସଂଚାଳକ ହରି ଭାଇଙ୍କ ସୁ ଅଭିନୟ ତଥା ଶାନ୍ତନୁ ଓ ଲକ୍ଷ୍ମୀଧର ସେନାପତିଙ୍କ ସୁନ୍ଦର ଗୀତ ଅଭିନୟ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।ଅନନ୍ୟାର ପ୍ରତିଭା ଧାରିଣୀ ସ୍ୱପ୍ନା ମହାନ୍ତିଙ୍କ ଅନନ୍ୟ ଅନୁଭୂତି ଓ ପ୍ରେରଣା ସହ ଆଚାର୍ଯ୍ୟା ତାନଶ୍ରୀ ପାଣିଗ୍ରାହୀଙ୍କ ସରାଗପୁର୍ଣ୍ଣ ଧନ୍ୟବାଦ ଏବଂ ହାସ୍ୟମୟୀ ରାଜଙ୍କ ଭାବ ଭକ୍ତି ପୂର୍ଣ୍ଣ ଶାନ୍ତିପାଠ ଆସରର ପୁର୍ଣ୍ଣଚ୍ଛେଦକୁ ଆମନ୍ତ୍ରଣ କରିଥିଲା । ଆସରକୁ ବାଲେଶ୍ବରର ସୁକବି ଓ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ଯୁବକବି ସାମ୍ବାଦିକ ଧୀରେନ୍ଦ୍ର ମଲ୍ଲିକ ଓ ଗୀତିକାର ଅଂଶୁମାନ ସ୍ବାଇଁ ପରିଚାଳନା କରିଥିବା ବେଳେ ଅନନ୍ୟାର ବରିଷ୍ଠ ସକ୍ରିୟ ପ୍ରତିଭା ଗଣ ପର୍ଯ୍ୟବେକ୍ଷଣ ଓ ନିରୀକ୍ଷଣ କରିଥିଲେ । ସମସ୍ତ ସଂଗୀତ ଓ କବିତା ଗୁଡିକ ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *