କାର୍ଟୁନିଷ୍ଟ ଗୌତମ ବେନେଗଲଙ୍କ ପରଲୋକ

Spread the love

ମୁମ୍ବାଇ: କାର୍ଟୁନିଷ୍ଟ ଗୌତମ ବେନେଗଲଙ୍କ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଛି । ସେ ଜାତୀୟ ପୁରସ୍କାର ବିଜେତା, ଲେଖକ, କାର୍ଟୁନିଷ୍ଟ ଏବଂ ଆନିମେଟେଡ ଫିଲ୍ମମେକର ଥିଲେ । ୫୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଗୌତମ ବେନେଗଲଙ୍କଙ୍କ ଦେହାନ୍ତ ଖବର ତାଙ୍କ ବନ୍ଧୁ କୈଜାଦ କୋଟବାଲ ସୋସିଆଲ ମିଡ଼ିଆ ଜରିଆରେ ଦେଇଛନ୍ତି।

ଗୌତମ ବେନେଗଲଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ । ଗୌତମ ୧୬ ବର୍ଷ ବୟସରେ ପିଲାଙ୍କ ମାଗାଜିନ୍‌ ‘ସନ୍ଦେଶ’ ତିଆରି କରିଥିଲେ। ଏହା ବ୍ୟତୀତ ସେ ଫିଲ୍ମ ଡିଭିଜନ୍ ଅଫ୍ ଇଣ୍ଡିଆ ପାଇଁ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଏବଂ ତାଙ୍କ ଚଳଚ୍ଚିତ୍ର ତେହେରାନ, ବେଲାରୁଷ, ହିରୋସିମାରେ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମଧ୍ୟ ମନୋନୀତ ହୋଇଛି। ତାଙ୍କୁ ୨୦୧୦ ଦ ପ୍ରିନ୍ସ ଆଣ୍ଡ କ୍ରାଉନ୍ ଅଫ୍ ଷ୍ଟୋନ୍ ପାଇଁ ପାଇଁ ଜାତୀୟ ପୁରସ୍କାର (ରାଜତକମାଲ୍) ଦ୍ବାରା ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *