ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

Spread the love

ନୂଆଦିଲ୍ଲୀ, ୩୧।୮-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ପରଲୋକ ହୋଇଯାଇଛି। ଏ ନେଇ ତାଙ୍କ ପୁଅ ଅଭିଜିତ୍‌ ମୁଖାର୍ଜୀ ଟୁଇଟ କରି ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଅଗଷ୍ଟ ୧୦ରୁ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି।

ଭାରତୀୟ ରାଜନୀତିରେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ପ୍ରଣବ ସକ୍ରିୟ ଥିଲେ। ସେହିପରି ଭାରତର ରାଷ୍ଟ୍ରପତି ବ୍ୟତୀତ ପ୍ରଣବ ଦା’ ଦେଶର ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୨ରୁ ୨୦୧୭ ଯାଏ ସେ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଗତବର୍ଷ ଭାରତରତ୍ନ ସମ୍ମାନରେ ମଧ୍ୟ ଆଭୂଷିତ ହୋଇଥିଲେ। ୧୯୩୫ ମସିହା ଡିସେମ୍ବର ୧୧ରେ କୋଲକାତାର ମିରାଟିରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *