ଆଜିଠୁ ଖୋଲୁଛି ଏମ୍ସ ଓପିଡି

Spread the love

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନର ବର୍ହିବିଭାଗକୁ ବନ୍ଦ ରଖାଯାଇଥିଲା । ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଆଜିଠାରୁ ଭୁବନେଶ୍ୱର ଏମ୍ସ ଓପିଡି ଖୋଲା ହେଉଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ମିଳିବ ନାହିଁ । ପ୍ରତି ବିଭାଗ ବହିର୍ବିଭାଗରେ ଦୈନିକ ୪୦ରୁ ୫୦ ଲେଖାଏଁ ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ତାଲାବନ୍ଦ ଖୋଲିବାର ପରବର୍ତ୍ତୀ ସମୟରେ ସ୍ଥିତି ଉପରେ ସମୀକ୍ଷା କରାଯାଇ ବହି ର୍ବିଭାଗ ଧୀରେ ଧୀରେ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ଅନୁମତି ଦିଆଯିବ। ଏମ୍ସ ପକ୍ଷରୁ କୁହାଯାଇଛିଯେ, ଡାକ୍ତର, ରୋଗୀ, ସମ୍ପର୍କୀୟ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏପ୍ରିଲ ୨୬ ତାରିଖରୁ ଅସ୍ଥାୟୀ ଭାବେ ଓପିଡିକୁ ବନ୍ଦ ରଖାଯାଇଥିଲା।

Leave a Reply

Your email address will not be published. Required fields are marked *