ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ନେଇ ସର୍ଭେ ଆରମ୍ଭ

Spread the love

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ନେଇ ସର୍ଭେ ଆରମ୍ଭ ହୋଇଛି । ଏୟାରପୋର୍ଟ ଅଥରିଟି ପକ୍ଷରୁ ଆରମ୍ଭ ହୋଇଛି ସର୍ଭେ । ସେଥିନେଇ ଆଜି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଏକ ସ୍ୱତନ୍ତ୍ର ଟିମ୍‌ ଶ୍ରୀକ୍ଷେତ୍ର ଯାଇଛି । ଏହି ଟିମ୍‌ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍‌ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି।

ପୁରୀରେ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ ପୂର୍ବରୁ ଘୋଷଣା ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଥିଲା। ଆଜି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଟିମ୍‌ ଜମି ଦେଖିବା ପରେ ପରବର୍ତ୍ତୀ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଏହି ସମୟରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ସୂଚନାରୁ ପ୍ରକାଶ, ପ୍ରତିଦିନ ହଜାର ହଜାର ଭକ୍ତ ଦେଶ ଓ ବିଦେଶରୁ ଶ୍ରୀକ୍ଷେତ୍ର ଆସୁଛନ୍ତି। ସେଥିପାଇଁ ଏହି କ୍ଷେତ୍ରର ବିକାଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ସୌନ୍ଦର୍ଯ୍ୟ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି।

Leave a Reply

Your email address will not be published. Required fields are marked *