ଶ୍ରୀକ୍ଷେତ୍ରର ପ୍ରାଚୀନ କଳା ସଂସ୍କୃତି ଏବଂ ପରମ୍ପରା ଅନନ୍ୟ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀକ୍ଷେତ୍ର ପ୍ରାଚୀନ କଳା ସଂସ୍କୃତି ଅନନ୍ୟ ବୋଲି ବକ୍ତବ୍ୟ ରଖିଥିଲେ ଶ୍ରୀକ୍ଷେତ୍ର ପାରମ୍ପରିକ ମହୋର୍ଷବ ର ଦ୍ୱିତୀୟ ସନ୍ଧ୍ୟାର ଅତିଥି ମାନେ। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା,କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ନରସିଂହ ଭୋଳ, ଅପରାଧ ଶାଖା ଆଇଜି ଅମରେନ୍ଦ୍ରନାଥ ସିହ୍ନା , ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଦୁର୍ଗା ପ୍ରସାଦ ଦାସମହାପାତ୍ର,ମାଧବ ଚନ୍ଦ୍ର ମହାପାତ୍ର,ଅନନ୍ତ ତିଆଡ଼ି ଓ ଜଗନ୍ନାଥ କର ଅତିଥି ଭାବରେ ଯୋଗଦେଇଥିଲେ।ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ସମ୍ପାଦକ ଚନ୍ଦ୍ର ମାଧବ ପୂଜାପଣ୍ଡା, ପରିଚାଳନା ସମ୍ପାଦକ ସୁଦର୍ଶନ ପୂଜାପଣ୍ଡା ସାମନ୍ତ ସଭା ପରିଚାଳନା କରିଥିଲେ। ହନୁମାନ ଜୟନ୍ତୀ କମିଟିର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *