ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଅନ୍ତର୍ନିହିତ ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଡି ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ଗତ 2ଦିନ ଧରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଅନ୍ତର୍ନିହିତ ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ 2 ଦିନ ମଧ୍ୟରେ ଚିତ୍ରାଙ୍କନ,ଲଘୁ ସଙ୍ଗୀତ,ଏକକ ଅଭିନୟ,ଲୋକ ନୃତ୍ୟ,ଶାସ୍ତ୍ରୀୟ ନୃତ୍ୟ ,ଆଧୁନିକ ନୃତ୍ୟ,ମିଷ୍ଟର ଆଣ୍ଡ ମିସ ସାଏନିଂ ଷ୍ଟାର, ମିଷ୍ଟର ଆଣ୍ଡ ମିସ ୟୁଥ ଆଇକନ୍ ପ୍ରତିଯୋଗିତା ମାନ ସମଗ୍ର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ କରାଯାଇଥିଲା।ଏଥିରେ ଉତିର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କ ପାଇଁ ଡି ଡ୍ୟାନ୍ସ ପକ୍ଷରୁ ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ରେ ପୁରସ୍କାର ବିତରଣ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ର ବିଧାୟକ ନରସିଂହ ମିଶ୍ର ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା,ରାଜ୍ୟ ଖୋଖୋ ସଂଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର,ଭଗବାନ ମହାସୁଆର,ରାଜେଶ୍ ମିଶ୍ର,ଡ଼ ରାଧେଶ୍ୟାମ ରଥ,ଦୀପକ୍ ପଣ୍ଡା,ଦେବେନ୍ଦ୍ର ମହାପାତ୍ର,ଅଭିନାସ ମିଶ୍ର,ଆଶୁତୋଷ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ପ୍ରତିଭା ଭାବେ ତରଙ୍ଗ ଚାନେଲ୍ ର କଳାକାର ଶୋଭନ ସାମଲ,ହିମାଗ୍ନି ଦତ୍ତ, ଦିବ୍ୟାଦିଶା ମହାନ୍ତି, ଭବେଶ କୁମାର,ଅଙ୍କିତା ସ୍ୱାଇଁ,ଆଶୁତୋଷ ପଟ୍ଟନାୟକ,ଲିଙ୍ଗରାଜ ପଣ୍ଡା,ପରଜିତ ନାୟକ ଯୋଗଦାନ କରିଥିଲେ । ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିବା କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ।ଏହାପରେ ପୁରୀର ଲିଙ୍ଗରାଜ କଳା ନିକେତନ,ଶିଳ୍ପୀ ଏଣ୍ଟଟେନମେଣ୍ଟ ଏବଂ ଝଡେଶ୍ୱରି ନୃତ୍ୟସାଳା ପକ୍ଷରୁ ଓଡ଼ିଶୀ,ସମ୍ବଲପୁରୀ ଏବଂ ମଡ଼ର୍ନ ଡ୍ୟାନ୍ସ ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା ।ଶ୍ୟାମପ୍ରକାଶ ସେନାପତି ଏବଂ ଭରତ କୁମାର ନାୟକ ମଞ୍ଚକୁ ପରିଚାଳନା କରିଥିଲେ ।ଏଠାରେ ମୁଖ୍ୟ ଆକର୍ଷଣ ଥିଲା ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱୋର୍ଗତ ପ୍ରଫୁଲ୍ଲ କର ଙ୍କ ନିମନ୍ତେ ଅତିଥି ମାନଙ୍କ ଦ୍ଵାରା ସ୍ମୃତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *