ପାଳିତ ହେଲା ବ୍ୟାସକବି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

Spread the love

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ନିଳଗିରିର ବ୍ୟାସକବି ସାହିତ୍ୟ ସଂସଦ ତରଫରୁ ବ୍ଯାସକବି ଫକୀରମୋହନଙ୍କ ୧୮୦ତମ ଜନ୍ମଜୟନ୍ତୀ, ଅନୁଷ୍ଠାନର ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ପ୍ରଥମେ ସ୍ବର୍ଗତ ଫକୀରମୋହନଙ୍କ ଜନ୍ମପୀଠ ମଲ୍ଲିକାଶପୁର ଶାନ୍ତିକାନନ ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦିଆଯାଇଥିଲା । ପରେ ପରେ ବିପିନ ବିହାରୀ ବାରିକଙ୍କ ସଭାପତିତ୍ବରେ ବାଲେଶ୍ଵର ସ୍ଥିତ ଶାନ୍ତିକାନନ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ମଣୀନ୍ଦ୍ର କୁମାର ମେହେର, ମୁଖ୍ୟବକ୍ତା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କାଳିପଦ ପଣ୍ଡା, ସମ୍ମାନିତ ଅତିଥି ଡିଏସପି ଚନ୍ଦ୍ରଶେଖର ଶବର, ସମ୍ମାନିତ ବକ୍ତା ଭାବେ ଗଜପତି ଜିଲ୍ଲା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ଦେବତା ପ୍ରମୁଖ ଯୋଗଦେଇ ଆଧୁନିକ ଓଡ଼ିଆ ସାହିତ୍ୟ ଓ ଫକୀରମୋହନ ସେନାପତିଙ୍କ ବିଷୟରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ । ବାର୍ଷିକ ବିବରଣୀ ପାଠ କରିଥିଲେ ଯଚିନ୍ଦ୍ର ସ୍ବାଇଁ । କବିତା ସଂଯୋଜନା କରିଥିଲେ ସଂଗୀତା ବାରିକ, ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରେମାନନ୍ଦ ବେହେରା ଏବଂ ସବିତା ଶୁକ୍ଳା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ । ଏଥିରେ ବିଭିନ୍ନ ସ୍ଥାନରୁ ସାହିତ୍ୟ ପ୍ରେମୀ ବନ୍ଧୁ ମାନେ ଯୋଗଦେଇ କବିତା ପାଠକରି ଆତ୍ମସନ୍ତୋଷ ଲାଭ କରିଥିଲେ । ଉତ୍କଳ ସମ୍ମିଳନୀ ବାଲେଶ୍ଵର ଶାଖାର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଶେଷରେ ଗୋଦାବରୀଶଙ୍କ ଦାସ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଯାହା ରିପୋର୍ଟ ସଂଗ୍ରହରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *