ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବଲାଙ୍ଗୀର ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

Spread the love

ବଲାଙ୍ଗୀର, (ନାଗରାଜ ନ୍ୟୁଜ ): ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ କଳାହାଣ୍ଡି ବନ୍ଦ ପରେ, ଆଜି ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ବଲାଙ୍ଗୀର ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ସମଗ୍ର ଜିଲ୍ଲାରେ କେବଳ ଜରୁରୀକାଳୀନ ସେବାକୁ ବାଦ ଦେଇ ସମ୍ପୂର୍ଣ୍ଣ ରୂପେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଏହି ବନ୍ଦ ଡାକରାକୁ ଜିଲ୍ଲାବାସୀ ମଧ୍ୟ ସମର୍ଥନ କରିଛନ୍ତି । ସୂଚନା ଅନୁଯାୟୀ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଅପରାଧିମାନଙ୍କୁ କଠୋର ଦଣ୍ଡ ଦାବିରେ ବଲାଙ୍ଗୀର ଜିଲ୍ଲା ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା ।

ସଂପୃକ୍ତ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ବହିଷ୍କାର ଏବଂ ଗିରଫ ଦାବି କରିବା ସହ ସ୍କୁଲ ମାଲିକଙ୍କୁ ସୁରକ୍ଷା ଦେଇଥିବା ଘଟଣାକୁ ଦିର୍ଘ ଦିନ ଧରି ଘଣ୍ଟ ଘୋଡାଇବାରେ ସଂପୃକ୍ତ ପୋଲିସ କର୍ମଚାରୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି । ଶିକ୍ଷାର ଘରୋଇକରଣ ଏବଂ ଶିକ୍ଷାକୁ ମାଫିଆମାନଙ୍କ ହାତରେ ଟେକି ଦେଲେ ତାର ପରିଣାମ ଯେ କଣ ହୋଇପାରେ ଏହି ଘଟଣା ତାର ଜ୍ୱଳନ୍ତ ନମୁନା । ବିଶେଷ ଭାବେ ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି ବୋଲି ବକ୍ତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ବର୍ବର ଓ ପାସବିକ୍ ହତ୍ୟାକାଣ୍ଡକୁ ପ୍ରତିବାଦ କରି ଜନସାଧାରଣ ବଲାଙ୍ଗୀର ବନ୍ଦକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଆଜି ସକାଳେ ବିଜେପି କର୍ମୀମାନେ ପିକେଟିଂ କରି ସହର ପରିକ୍ରମା କରିଥିଲେ । ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ଅନୁରୋଧ କରିଥିଲେ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର କୁଶକୁତ୍ତଳିକା ଦାହ ମଧ୍ୟ କରିଥିଲେ ବିଜେପି କର୍ମକର୍ତ୍ତାମାନେ। ଏହି ପ୍ରତିବାଦ ସଭାରେ ବରିଷ୍ଠ ବିଜେପି ନେତା ଅନନ୍ତ ଦାସ ଓ ଶତାଧିକ ବିଜେପିର ମହିଳା ଓ ଯୁବକର୍ମୀ ସହ ବହୁ ସଂଖ୍ୟାରେ କର୍ମୀମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *