ବୀର ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତି ପାଳିତ

Spread the love

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ବୀର ବିର୍ସା ମୁଣ୍ଡାଙ୍କ ସପ୍ତାହବ୍ୟାପି ପାଳନ ହେଉଥିବା ୧୪୬ତମ ଜନ୍ମ ଜୟନ୍ତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ତରଫରୁ ଟିଟିଲାଗଡ଼ ଆଦିବାସୀ ଭବନ ଠାରେ ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ପାଳିତ ହୋଇଥିଲା । ଉକ୍ତ ଜୟନ୍ତୀ ଉତ୍ସବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମ୍ପାଦକ ହେମେନ୍ଦ୍ରନାଥ ହାଁସଦା ମୁଖ୍ୟ ଅତିଥିରୂପେ ଯୋଗଦାନ କରି କ୍ରାନ୍ତିବୀର ବିର୍ସା ମୁଣ୍ଡାଙ୍କ ଜୀବନି ଓ ତାଙ୍କ ବୀରତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଗୌରବ ଦିବସରେ ଟିଟିଲାଗଡ଼ ବ୍ଲକ ଆଦିବାସୀ କଲ୍ୟାଣ ସଂଘର ନଗର ସଭାପତି ନିତ୍ୟାନନ୍ଦ ମାଝୀ, ସଂଘଠକ ଥବିର ପୁଝାରୀ, ଉପଦେଷ୍ଟା ଦେବସିଂ ମାଝୀ, ଜିଲ୍ଲା ଉପସଭାପତି ବିସିକେଶନ ଯାନୀ, ସମ୍ପାଦକ ଘାସିରାମ ମାଝୀ, ସଂଘର କାର୍ୟ୍ୟକାରୀ ସଭ୍ୟ ପ୍ରଫୁଲ୍ଲ ପ୍ରଧାନୀ, ପରମ ମାଝୀ, ଜଗନ୍ନାଥ ମାଝୀ, କୃଷ୍ଣ ମାଝୀ, ଗଜପତି କାଳସାଏ, ଦଳଗଜନ ପ୍ରଧାନୀ, କଣ୍ଠ ମାଝୀ, ନିରାକାର ପ୍ରଧାନୀ, ଲୋଚନ ମାଝୀ, ବନମାଳୀ ମାଝୀ, ଦଳସିଂ ମାଝୀ, ହଳନ୍ତ ମାଝୀ, ଚୂଡ଼ାମଣି ପୁଝାରୀ, ସୁବାସ ମାଝୀ, ନାରୀନେତ୍ରୀ ରୀନା ମାଝୀ, ମାହେଶ୍ୱରୀ ମାଝୀ, ଜାହ୍ନବି ଭୋଇ, ବିନୋଦିନୀ ମାଝୀ ଓ ଅନେକ ଆଦିବାସୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *