ପରଜଙ୍ଗ ଥାନା ଅଧିକାରିଣୀଙ୍କ ମାଡ ମାରିବା ଘଟଣା ନେଇ ବିଜେପିର ପ୍ରତିବାଦ

Spread the love

ଢେଙ୍କନାଳ, (ନାଗରାଜ ନ୍ୟୁଜ ): ପରଜଙ୍ଗ ମାର୍କେଟ ଠାରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ଦୀପକ କୁମାର ଗୋଚ୍ଛାୟତ ମାର୍କେଟରୁ କିଛି ଘରୋଇ ଜିନିଷପତ୍ର କିଣି ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିବା ସମୟରେ ପରଜଙ୍ଗ ଥାନା ଅଧିକାରିଣୀ ନମିତା ନାୟକ ପୁଲିସ ଗାଡି ଯୋଗେ ଆସି ମାର୍କେଟରେ ଉପସ୍ଥିତ ଥିବା ସାଧାରଣ ଜନତା ଓ ଯୁବକମାନଙ୍କୁ ହଠାତ ଗାଡିରୁ ଓହ୍ଲାଇପଡି ଅଭଦ୍ରଚିତ୍ତ ଭାଷାରେ ଉପସ୍ଥିତ ଲୋକମାନଙ୍କୁ ଗାଳିଗୁଲଜ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ସାଧାରଣ ଯୁବକ ମଳୟ କୁମାର ସାହୁଙ୍କ ମୋବାଇଲ ରିଙ୍ଗ ହେବାରୁ ସେ ରିସିଭ କରିବାପାଇଁ ମୋବାଇଲ ଧରିଥିବାବେଳେ ଆଇଆଇସି ହଠାତ ତାଙ୍କ ପ୍ରତି ଉତକ୍ଷିପ୍ତ ହୋଇ ଏଠି କଣ କରୁଛୁ ପଚାରିବାରୁ ସାହୁ ଅତି ସାଧାରଣ ଭାବେ ମୋର ଫୋନ କଲ ଆସୁଛି ବୋଲି କହିଥିଲେ ।

ଏହାପରେ ଆଇଆଇସି ହଠାତ ରାଗିଯାଇ ସାହୁଙ୍କ ଗାଲକୁ ଏକ ଶକ୍ତ ଚାପୁଡା ମାରିବା ସଙ୍ଗେ ସଙ୍ଗେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ସେଠାରେ ଉପସ୍ଥିତ ଥିବା ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଚ୍ଛାୟତ ଆଇଆଇସିଙ୍କର ଏପରି କାର୍ୟ୍ୟକଳାପ ଓ ମାଡ ମାରିବା ଘଟଣାକୁ ପ୍ରତିବାଦ କରିବାରୁ ଆଇଆଇସି ତାଙ୍କୁ ମଧ୍ୟ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । କହିଥିଲେ ଯିଏ ଏଠି ହସିବ ମାଡ ମାରିବି । ବାନ୍ଧି ନେଇଯିବି । ତେବେ ଆଇଆଇସିଙ୍କର ଜନସାଧରଣଙ୍କୁ ମାଡ ମାରିବା ଓ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ଘଟଣାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଏଣୁ ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପରଜଙ୍ଗ ଥାନା ସମ୍ମୁଖରେ ଏକ ଗଣ ବିକ୍ଷୋଭ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ।

 

Leave a Reply

Your email address will not be published. Required fields are marked *