ଥାନାରେ ଦାବିପତ୍ର ଦେଲା ବିଜେପି ଦଳ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ପରିସର ରେ ଗଣ୍ଡଗୋଳ ଘଟଣା ରେ ସୋର ଥାନା ରେ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ ହୋଇଥିବା ବେଳେ l ଟେଣ୍ଟେଇ ସରପଞ୍ଚ ଲଷ୍ମୀକାନ୍ତ ମଳିକ ଙ୍କୁ ମାଡ ମାରିଥିବା ଲୋକଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶତାଧିକ ବିଜେପି କର୍ମୀ ସୋର ଥାନାରେ ପହଂଚି ଦାବିପତ୍ର ଦେଇଛନ୍ତି l ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ତେଣ୍ଟେଇ ଭିକାରିଚରଣ ସ୍କୁଲ ର ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଙ୍କ ବଦଳି ନିର୍ଦେଶ କୁ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ର ଛାତ୍ରୀ ବିରୋଧ କରି ଭିକାରି ଚରଣ ହାଇସ୍କୁଲ ଆଗରେ ଧାରଣା ଦେଇଥିବା ବେଳେ ଅନ୍ୟପଟେ ସୋର ବ୍ଲକ୍ ପରିସର ରେ ଚାଲିଥିବା ଜନଶୁଣାଣୀ ସିବିରକୁ ଉଭୟ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ଅଭିଯୋଗ ଜଣାଇଥିଲେ l ବିଇଓ ଏବଂ ଡ଼ିଇଓ ଧାରଣା ସ୍ଥଳକୁ ଯିବେ ନାହିଁ ବୋଲି ସିଧା ମନା କରିଥିଲେ l ଯେଉଁଥି ପାଇଁ ଉଭୟ ଙ୍କ ମଧ୍ୟ ରେ ଯୁକ୍ତି ତର୍କ ହେବା ସହିତ ଉତ୍ତେଜନା ପରିସ୍ଥିତି ସୁଷ୍ଟି ହୋଇଥିଲା l ବିଦ୍ୟାଳୟ ରେ ପିଲାମାନେ ଧାରଣା ବସିଥିବା ବେଳେ କାହିଙ୍କି ଶିକ୍ଷା ଅଧିକାରୀ ମାନେ ଘଟଣା ସ୍ଥଳକୁ ଯାଇ ସମାଧାନ କଲେ ନାହିଁ ତାକୁ ନେଇ ଉଠିଛି ବଡ ପ୍ରଶ୍ନ l ତୁରନ୍ତ ସରପଞ୍ଚ ଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି ଙ୍କୁ ଗିରଫ ନକଲେ ରାଜରାସ୍ତା କୁ ଉଲ୍ଲାହିଁବା କୁ ଚେତାବନି ଦେଇଛି ସୋର ବିଜେପି ଦଳ l

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *