କରଞ୍ଚ ଗଛରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

Spread the love

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଂଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମାଖନ ପୁର ପଞ୍ଚାୟତ ଅନ୍ତର୍ଗତ ଭାଟପଡା ଗ୍ରାମ ବିଲ ମଝିରେ ଥିବା କରଞ୍ଚ ଗଛ ରୁ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଗ୍ରାମ ର ଜଣେ ଯୁବକ ଜଣଙ୍କ ବିଲକୁ କାର୍ଯ୍ୟ ପାଇଁ ଯିବା ସମୟରେ ଉକ୍ତ ଗ୍ରାମର ମହେଶ୍ବର ଶିଅଳ 36 ବର୍ଷୀୟ ପୁଅ ଦୀନବନ୍ଧୁ ଶିଅଳ ମୃତ ଦେହ କରଞ୍ଚ ଗଛରେ ଝୁଲୁଥିବା ର ଦେଖିଥିଲେ । ଯୁବକ ଜଣକ ତାଙ୍କ ଘର ଲୋକ ଙ୍କୁ ଖବର ଦେଇଥିଲେ ।

ସୂଚନା ମୁତାବକ ଆଜି ଭୋର୍ 4ଘଟିକା ସମୟରେ ଦୀନବନ୍ଧୁ ଶିଅଳ ନିଖୋଜ ଥିଲେ ।  ତାଙ୍କର ମୁଣ୍ଡ ଖରାପ ଥିବା ନେଇ ଘର ଲୋକ ପ୍ରକାଶ କରିଛନ୍ତିି । ଘର ଲୋକ ଏବଂ ଗାଁ ଲୋକ ଖଇରା ଥାନା କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ଅଭିଯୋଗ ପରେ ଖଇରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୀନବନ୍ଧୁ ଶିଅଳ ଙ୍କୁ ଉଦ୍ଧାର କରିଥିଲେ । ଶବ ଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲ୍ କୁ ପଠାଇବା ସହିତ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ରଖିଛନ୍ତି । ସୂଚନା ଥାଉକି ଯୁବକ ଜଣଙ୍କ ବାହିରେ ରହି କାର୍ଯ୍ୟ କରୁଥିବା ବେଳେ ଗତକାଲି ତାଙ୍କର ବାହରକୁ ଯିବା ପାଇଁ ଟିକଟ କଟିଥିଲେ ।ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା କାରଣ ଅସ୍ପଷ୍ଟ କିଛି ଜଣା ପଡ଼ିନାହିଁ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ବୋଲି ସୂଚନା ମିଳିଛି । ଦୀନବନ୍ଧୁ ଶିଅଳ ଙ୍କ ପରିବାର ଓ ଗାଁ ଲୋକ ମଧ୍ୟ ରେ ଦୁଖର ଛାୟା ଖେଳିଯାଇଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *