ମା ରତନେଇ ପାହାଡ଼ରୁ ଅଚିହ୍ନା  ମହିଳାଙ୍କ  ଶବ ଉଦ୍ଧାର

Spread the love

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅଧିନ ପାଟପୁର ଥାନା ଅନ୍ତର୍ଗତ ଏସ୍-ଗୋପାଳପୁର ଗ୍ରମା ନିକଟସ୍ଥ ମା’ ରତନେଇ ପାହାଡ଼ରୁ ଜଣେ ଅଚିହ୍ନା ମହିଳାଙ୍କ ଦଗ୍ଧ ଶରୀର  ଠାଵ ହୋଇଛି। ମୃତ ମହିଳାଙ୍କ ଶରୀର  ସଂପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି।  ତାଙ୍କ ଗୋଡ଼ରେ ହଳେ ପାଉଁଜି ଓ ଶବପାଖରେ ବ୍ୟାଗ୍‌ ପଡିଛି ସେଥିରେ ଥିବାର ସ୍ଥାନୀୟ ଲୋକେ ଦେଖି ପାଟପୁର ପୁଲିସ୍‌କୁ ସୂଚନା ଦେଇଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିପାଶ୍ବିକ ପରିସ୍ଥିତିରୁ ଏକ ହତ୍ୟା ବୋଲି ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *