ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ରେଳଷ୍ଟେସନ ଶେଷ ମୁଣ୍ଡରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ସୋର ଥାନା ଅଧିନ ପଳସା ଗାଁର ଅନନ୍ତ ସେଠୀଙ୍କ ପୁଅ କେଦାର ସେଠୀ ।କେଦାରଙ୍କ ମୃତ ଦେହ ଟ୍ରେନ ଲାଇନ କଡ଼ରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ରେଲୱେ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ରେଲୱେ ପୋଲିସ ଘଟଣା ସ୍ଥଳରେ ଉକ୍ତ ଯୁବକଙ୍କୁ ଚିନ୍ହଟ କରି ପରିବାର ଲୋକଙ୍କୁ ଖବର ଦେବା ସହ ତଦନ୍ତ ଚଳାଇଛି।ମୃତ ଯୁବକଙ୍କ ଦେହରେ ଅନେକ କ୍ଷତ ଚିହ୍ନ ଥିବାବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଧେହ କରାଯାଇଛି।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *