ବାୟୁସେନା ଷ୍ଟେସନରେ ବିସ୍ଫୋରଣ

Spread the love

ନୂଆଦିଲ୍ଲୀ: ରବିବାର ସକାଳେ ଜାମ୍ମୁ ବାୟୁସେନା ଷ୍ଟେସନରେ ଦୁଇଟି ବିସ୍ଫୋରଣ ଘଟିଛି । ପାଞ୍ଚ ମିନିଟ୍ ବ୍ଯବଧାନ ମଧ୍ୟରେ ରାତି ୨ଟା ପୂର୍ବରୁ ଘଟିଥିଲା । ତେବେ ବିସ୍ଫୋରଣରେ ଦୁଇଜଣ ବାୟୁସେନା କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି । ଭାରତୀୟ ସାମରିକ କେନ୍ଦ୍ର ଉପରେ ପ୍ରଥମ ଡ୍ରୋନ୍ ଆକ୍ରମଣ କରାଯାଇଛି । ଭାରତୀୟ ବାୟୁସେନା (ଆଇଏଏଫ୍) ଅନୁସନ୍ଧାନ କରୁଛି।

ବିସ୍ଫୋରଣ ପରେ ନ୍ୟାସନାଲ ବମ୍ ଡାଟା ସେଣ୍ଟର ବିଶେଷଜ୍ଞ, ଫରେନସିକ୍ ଟିମ୍ ଏବଂ ଜାମ୍ମୁ କାଶ୍ମୀର ପୋଲିସ କଡା ସୁରକ୍ଷା ଭିତରେ ବିମାନବନ୍ଦରକୁ ଯାଇଥିଲେ। ଗୋଟିଏ ବିସ୍ଫୋରଣରେ ବୈଷୟିକ ବିଭାଗରେ ଥିବା କୋଠାର ଛାତରେ କ୍ଷତି ଘଟିଥିବା ବେଳେ ଅନ୍ୟ ଏକ ବୋମା ଖୋଲା ଅଞ୍ଚଳରେ ବିସ୍ଫୋରଣ ହୋଇଛି।

ଶୀର୍ଷ ସାମରିକ ସୂତ୍ରରୁ ପ୍ରକାଶ ଯେ ଏହାକୁ ଏକ ଗୁରୁତର ଘଟଣା ଭାବେ ଗ୍ରହଣ କରାଯାଉଛି। ପାକିସ୍ତାନ ସୀମାଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ଥିବା ବିମାନବନ୍ଦରରେ ଏକ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏଏନଆଇ) ଦଳ ମଧ୍ୟ ଅଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନା ଉପାଧ୍ୟକ୍ଷ ଏୟାର ମାର୍ଶଲ ଏଚଏସ ଆରୋରା ସହ କଥା ହୋଇଛନ୍ତି ଏବଂ ଏୟାର ମାର୍ଶଲ ବିକ୍ରମ ସିଂ ଜାମ୍ମୁରେ ରହିବେ ବୋଲି ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *