‘ଅନେକ ଖୋଜିଲା ପରେ’ କବିତା ପୁସ୍ତକ ଲୋକାର୍ପିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜି ଦିନ ୧୦ଟାରେ ପୁରୀ କଚେରୀରୋଡ଼ ସ୍ଥିତ ନାରୀସେବାସଦନରେ ଓଡ଼ିଶାର ସୁନାମଧନ୍ୟ କବି ଉମାକାନ୍ତ ମାହାପାତ୍ରଙ୍କ ଦ୍ବାରା ପ୍ରତିଷ୍ଠିତ ଶ୍ରୀପର୍ଣ୍ଣ । ପ୍ରକାଶନି ଦ୍ୱାରା କବିତା ପୁସ୍ତକ ‘ ଅନେକ ଖୋଜିଲା ପରେ’ ର ଲୋକାର୍ପଣ ଉର୍ଷବ ଧୁମଧାମରେ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ସୁନାମ ଧନ୍ୟ ଲେଖକ, କବି,କବୀୟତ୍ରୀ ମାନଙ୍କ ସହିତ ପ୍ରକାଶନି ର ପ୍ରତିଷ୍ଠାତା ଉମାକାନ୍ତ ମହାପାତ୍ର ଓ ପୁସ୍ତକର ରଚୟିତା ପତିତପାବନ ରାଉତ ଉପସ୍ଥିତ ଥିଲେ। ଏହି ସଭାଟିକୁ ଶକ୍ତି ବିଭାଗ ର ସଚିବ କବି ଶ୍ରୀଯୁକ୍ତ ଧନଞ୍ଜୟ ସ୍ୱାଇଁ ଶୁଭ ଉଦ୍ଘାଟନ କରିଥିଲେ । କବି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ରଥଙ୍କ ପୋୖରହିତ ରେ ସଭାକାର୍ଯ୍ୟ ପରିଚାଳନା କରାଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ କବି ଶ୍ରୀଯୁକ୍ତ ଧନଞ୍ଜୟ ସ୍ୱାଇଁ ନିଜର ଅଭିଭାଷଣ ରେ , କବିତା ସହଜ ସରଳ ଓ ବୋଧଗମ୍ୟ ହେଲେ ତାହା ଭଲ କବିତା ବୋଲି ଧରିନେବାକୁ ହେବ କହିଛନ୍ତି। ମୁଖ୍ୟବକ୍ତା ଭାବରେ କବି ଓ ସମାଲୋଚକ ଶ୍ରୀଯୁକ୍ତ ମୁରଲୀଧର ସାମଲ ଯୋଗଦେଇ କବିତା ସବୁବେଳେ ଅନ୍ତର୍ମୁଖୀ ହେବା ଦରକାର ବୋଲି ମତବ୍ୟକ୍ତ କରିଛନ୍ତି ।

ଅନ୍ୟତମ ଅତିଥି ଭାବରେ କବି ରକ୍ଷକ ନାୟକ କବିତା ଜୀବନର ପ୍ରତିଫଳନ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନିତ ବକ୍ତା ଭାବରେ କବି ଓ ଗବେସିକା ଶ୍ରୀମତୀ ବାସନ୍ତୀ ଦେବୀ ,କବି ଓ ସମାଲୋଚିକା ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ଯୋଗଦାନ କରି ‘ଅନେକ ଖୋଜିଲା ପରେ ” କବିତା ପୁସ୍ତକର ସମ୍ୟକ ଆଲୋଚନା ତଥା ନିବନ୍ଧ ରଚନା କରି ପାଠ କରିଥିଲେ। କବି ଶ୍ରୀମତୀ ସୁଜାତା ସିହ୍ନା ପ୍ରକାଶିତ କବିତା ଗ୍ରନ୍ଥରୁ କିଛି ନିର୍ବାଚିତ କବିତା ପାଠର ସଂଯୋଜନା କରିବା ସହିତ କବି ଶ୍ରୀଯୁକ୍ତ ସୁରେଶ ପଟ୍ଟନାୟକ, କବି ଶ୍ରୀଯୁକ୍ତ ଭାରତୀ ଭୂଷଣ ଦାସ,କବି ଶ୍ରୀ ଚିତ୍ତରଞ୍ଜନ ବିଶ୍ୱାଳ, କବି ଶ୍ରୀ ପ୍ରିୟପ୍ରସାଦ ମିଶ୍ର, କବି ଶ୍ରୀ ରମେଶ ଚନ୍ଦ୍ର ଦାସ,ସୁଶ୍ରୀ ହେମଙ୍ଗିନ ମହାନ୍ତି ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀ ଦିଆଯାଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ର କର୍ମକର୍ତ୍ତା ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ ପୁଷ୍ପଗୁଚ୍ଛ ଦେଇ ସମସ୍ତ ଅତିଥି ଙ୍କୁ ସ୍ୱାଗତ କରିଥିଲେ। କବି ଶ୍ରୀଯୁକ୍ତ ରାଉତ ନିଜ କବିତାର ସଂଳାପ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀପର୍ଣ୍ଣ। ପ୍ରକାଶନି ର ମୁଖ୍ୟ ଉମାକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ।

ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *