କାର ବାଇକ୍ ମୁହାଁମୁହିଁ ଧକ୍କା

Spread the love

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଜାତୀୟ ରାଜପଥ ୧୦ ଜାମପାଲି ଠାରେ ସନ୍ଧ୍ୟା ୭ଟା ସମୟରେ କାର, ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ହୋଇଛି। ଘଟଣାରୁ ଜଣାଯାଇଛିଯେ, ସନ୍ଧ୍ୟା ସମୟରେ ରାଜଗାଙ୍ଗପୁର ଭାଟାପଡାର ପରବିନ ପାଣ୍ଡେ (୨୭) ଜାମପାଲି ପଟକୁ ଯାଉଥିବାବେଳେ ଅପରପାର୍ଶ୍ବରୁ କାର ଯୋଗେ ଅନୁରାଗ ଡୁଙ୍ଗ (୨୪) ଏବଂ ଶଙ୍କର ସିଂ (୨୭) ଆସୁଥିବା ବେଳେ ହଠାତ କାର ସହିତ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଆରୋହୀ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶଙ୍କର ସିଂ ଏବଂ ଅନୁରାଗ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ପଟେ ରାଜଗାଙ୍ଗପୁର ପୋଲିସ ମୃତ ଦୁଇ ବାଇକ୍ ଆରୋହୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

ସୁନ୍ଦରଗଡ଼ ରାଜଗାଙ୍ଗପୁରରୁ ଦଶରଥ ‌ପୋଡଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published. Required fields are marked *