ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ରକ୍ତ ସ୍ବଳ୍ପତା ପରୀକ୍ଷଣ ଶିବିର ଆୟୋଜିତ

Spread the love

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ଚଳିତ ମଇ ମାସ ୧ ତାରିଖରେ ସ୍ଥାନୀୟ ଡମଣା ସ୍ଥିତ ଶ୍ରୀ ମା ଆନନ୍ଦାଶ୍ରମ ଠାରେ ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ଆଶ୍ରମ ଅନ୍ତେବାସୀ ମାନଙ୍କ ନିମନ୍ତେ ନିଶୁଳ୍କ ରକ୍ତ ସ୍ବଳ୍ପତା ପରୀକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ବରିଷ୍ଠ ରକ୍ତ ପରୀକ୍ଷଣ ବିଶାରଦ ଶ୍ରୀ ନରେଶ ଚନ୍ଦ୍ର ଓଝା ମୋଟ ୪୫ ଜଣ ଅନ୍ତେବାସୀଙ୍କର ରକ୍ତ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷା ପରେ ସମସ୍ୟା ଥିବା ଅନ୍ତେବାସୀ ମାନଙ୍କର ରିପୋର୍ଟ ଡାକ୍ତରଙ୍କ ଦ୍ବାରା ଯାଞ୍ଚ କରାଯାଇ ଔଷଧ ପ୍ରଦାନର ବ୍ୟବସ୍ଥା କରାଯିବ । ଏହି କାର୍ଯ୍ୟକ୍ରମ ରେ ଶାଖା ର ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକ, ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ଅର୍ଥ ସଚିବ ଶ୍ରୀ ଗୋପାଳ ଚନ୍ଦ୍ର ଦାସ, ଉପାଧ୍ୟକ୍ଷ ଶ୍ରୀ ମୂରଲୀଧର ଦାସ, ପ୍ରାନ୍ତ ମହା ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା, ଶାଖା ର ବରିଷ୍ଠ ସଦସ୍ୟ ତଥା ପୃଷ୍ଠପୋଷକ ଡ. ବିଶ୍ଵଶ୍ଵର ଦାସ, ଡ. ମନୋରଞ୍ଜନ ଦାସ, ଶ୍ରୀ ମୋହନ ନାୟକ, ଶ୍ରୀ ଧୃବ ଚରଣ ରାଉତ ଏବଂ ଶାଖା ଯୁଗ୍ମ ସଚିବ ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଆଶ୍ରମର କର୍ମକର୍ତ୍ତା, ଅନ୍ତେବାସୀ ଏବଂ ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖାର ସଦସ୍ୟ ମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

 

Leave a Reply

Your email address will not be published. Required fields are marked *