୭୫ ତ୍ତମ ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ ସହ ରାଜ୍ୟବାସୀଙ୍କୁ ସମ୍ଭୋଧିତ କଲେ ମୁଖ୍ୟମନ୍ତ୍ରୀ

Spread the love

ଭୂବନେଶ୍ବର: ଆଜି ପୁରା ଦେଶ ପାଳୁଛି ୭୫ତ୍ତମ ସ୍ୱାଧୀନତା ଦିବସ । କରୋନା କଟକଣା ମଧ୍ୟରେ ଆଜି ଭୁବନେଶ୍ୱର ପଦର୍ଶନୀ ପଡିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶ ଉତ୍ସବ ମୁଖରିତ ଥିବା ବେଳେ ରାଜ୍ୟ ସାରା ମଧ୍ୟ ଦେଶଭକ୍ତି ଓ ଦେଶପ୍ରେମର ମାହୋଲ ଦେଖିବାକୁ ମିଳିଛି ।

ନିରାଡମ୍ବର ଭାବରେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବା ପାରେ ରାଜ୍ୟବାସୀଙ୍କୁ ପଦର୍ଶନୀ ପଡିଆରୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଦେଶର ବୀର ଗାଥା ମନେପକାଇବା ସହିତ ସମସ୍ତ ଅଲମ୍ପିକ୍ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି କରୋନା କଟକଣା ରହିଥିବାରୁ ସାଧାରଣ ଲୋକ କିମ୍ବା କୌଣସି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେବାକୁ ଅନୁମତି ନଥିବା ବେଳେ କେବଳ ସୀମିତ ପୋଲିସ୍ କର୍ମଚାରୀଙ୍କୁ ନେଇ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି ।

Leave a Reply

Your email address will not be published. Required fields are marked *