ପିଲା ଚୋରି ଘଟଣାର ଚାଲିଛି ତଦନ୍ତ

Spread the love

କଟକ,(ନାଗରାଜ ନ୍ୟୁଜ): ଏସସିବି ମେଡ଼ିକାଲ ପ୍ରସୂତି ୱାର୍ଡ ଏସ ଏନ୍ ସୀ ୟୁ ରୁ କନ୍ୟାଶିଶୁ ଚୋରି ଘଟଣା ।ଏସ ସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଙ୍ଗଳାବାଗ ଥାନା ମାମଲା ରୁଜୁ କରାଯାଇଛି।ସଂପୃକ୍ତ ମହିଳା ଙ୍କ ସହ ଦୁଇ ଅଟକ କରାଯାଇଛି। ଶିଶୁ କନ୍ୟା ଫେରିବା ପରେ ତାର ଚିକିତ୍ସା ଚାଲିଛି ଶିଶୁ ଟି ସୁସ୍ଥ ଅଛି ।କଟଜ ଏସ ସିବି ମେଡ଼ିକାଲ ର ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ ଙ୍କ ସୂଚନା । ଏପଟେ ଏହି ପିଲା ଚୋରି ଘଟଣା କୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ସେ କହିଛନ୍ତି କି ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରହିଛି। ଏହା ସହ ମହିଳା ଜଣକ ଦାବି କରୁଥିବା ପୁତ୍ର ସନ୍ତାନ ଓ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରାଯାଉଛି । ଘଟଣାର ପୁରା ତଦନ୍ତ ପରେ ହିଁ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *