ଗଣେଶ ପୂଜାରେ ଝଲସୁଛି କଟକ ସହର

Spread the love

କଟକ,(ନାଗରାଜ ନ୍ୟୁଜ): ଗଣେଶ ପୂଜା ରେ ଝଲସୁଛି କଟକ ସହର । କେଉଁଟି କର୍ପୂର ଗଣେଶ ତ କେଉଁଟି ଅନ୍ୟ କେଉଁଟି ବିଭିନ୍ନ ସାମଗ୍ରୀ ରେ ତିଆରି ହୋଇଛନ୍ତି ଗଜାନନ। ହେଲେ ଏହି ପୂଜାର ଆକର୍ଷଣ ମଧ୍ୟରେ ଏକ ନିଆରା ଦୃଶ୍ୟ ସମ୍ନା କୁ ଆସିଛି। ନିଜ ଘରେ ଗଣେଶ ଙ୍କ ମୂର୍ତ୍ତି କରିବା ସହ ପାର୍ଶ୍ଵ ରେ କଟକ ର ସମସ୍ତ ଐତିହ କୀର୍ତିରାଜି କୁ ସ୍ଥାନ ଦେଇଛନ୍ତି କଟକ ମେରିଆ ବଜାର ଅଞ୍ଚଳର ଯୁବ ଉଦ୍ୟୋଗୀ ଅର୍ଜୁନ କୁମାର ତିବେରୱାଲ। ଦେଖନ୍ତୁ ରିପୋର୍ଟ ।

ଗଣେଶ ପୂଜା ରେ ଉତ୍ସବ ମୁଖର ହୋଇଛି ସିଲଭରସିଟି । ବାଉନ ବଜାର ତେପନ ଗଳି ରେ ଗଣପତି ଙ୍କ ପୂଜାର୍ଚ୍ଚନା ବେଶ ଧୁମଧାମରେ ଜାରି ରହିଛି । କେଉଁଟି କର୍ପୂର ଗଣେଶ ତ କେଉଁଟି ବିଭିନ୍ନ ପ୍ରକାର ର ମୂର୍ତ୍ତ ରେ ପୂଜା ପାଉଛନ୍ତି ଗଜାନନ। ହେଲେ ଏହାରି ଭିତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।କଟକ ମେରିଆ ବଜାର ଅଞ୍ଚଳର ଯୁବ ଉଦ୍ୟୋଗୀ ଅର୍ଜୁନ ତିବେରୱାଲ ନିଜ ଘରେ ଗଣେଶ ପୂଜା ସାହାଯ୍ୟରେ ହଜାର ବର୍ଷ କଟକ ର ଐତିହ କୀର୍ତିରାଜି କୁ ଦୃଶ୍ୟମାନ କରାଇଛନ୍ତି । ନେତାଜୀଙ୍କ ଜନ୍ମ ସ୍ଥାନ ,କଟକ ରେଳ ଷ୍ଟେସନ , ହାଇକକୋର୍ଟ , ବାଲିଯାତ୍ରା ତୋରଣ ,ଓ ବାରବାଟୀ ଷ୍ଟାଡିଅମ ର ଅବିକଳ କଳାକୃତି ତିଆରି କରିଛନ୍ତି ସେ। ଦିନରେ ବ୍ୟବସାୟ ଓ ରାତି ରେ ଏହି କଳାକୃତୀ କରି ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି ଯୁବ ବ୍ୟବସାୟୀ ଅର୍ଜୁନ। ଅଦରକାରୀ ସାମଗ୍ରୀ କୁ ବ୍ୟବହାର କରି ଏହି କଳାକୃତି କରିଛନ୍ତି ସେ ।

ଅନ୍ୟପଟେ ଅର୍ଜୁନ ଙ୍କ ଏହି କଳାକୃତି କରିବା ଦିଗରେ ପରିବାର ର ରହିଛି ବଡ଼ ସହଯୋଗ। ଭାଇ ଭାଉଜ ,ଝିଆରୀ ଏପରିକି ମାଆ ମାଧ୍ୟ ଅର୍ଜୁନ ଙ୍କୁ ତାଙ୍କ ନିଖୁଣ କଳାକୃତି କରିବା ଦିଗରେ କରିଛନ୍ତି ସାହାଯ୍ୟ। ରୀତି ନୀତି ଅନୁସାରେ ଗଣେଶ ଙ୍କୁ ପୂଜର୍ଚ୍ଚନା ଜାରି ରଖିଛନ୍ତି ପରିବାର ଲୋକେ। ତେବେ ଅର୍ଜୁନଙ୍କ ଏହି ନିଆରା ପ୍ରୟାସ ପାଇଁ ପରିବାର ବେଶ ଗର୍ବିତ ବୋଲି କହିଛନ୍ତି ପରିବାର ଲୋକେ । ଦିନକୁ ଦିନ କଟକ ରେ ଐତିହ କୀର୍ତିରାଜି ର ଚମକ କମୁଥିଲା ବେଳେ ଅର୍ଜୁନଙ୍କ ଏହିଭଳି ନିଆରା ପ୍ରୟାସ ନିଶ୍ଚିତ ଲୋକ ମାନଙ୍କ ମଧ୍ୟରେ ଏକ ସଚେତନତା ବାର୍ତା ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ଅର୍ଜୁନ।

Leave a Reply

Your email address will not be published. Required fields are marked *