ଯୋଗଗୁରୁଙ୍କୁ ଅଡୁଆରେ ପକାଇଦେଲା ବିବାଦୀୟ ବୟାନ

Spread the love

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ସଦା ସର୍ବଦା ନିଜ ବିବାଦୀୟ ବୟାନ ପାଇଁ ଅଡୁଆରେ ପଡନ୍ତି । ଏବେ ମଧ୍ୟ ସେ ଏଭଳି କିଛି ବିବାଦୀୟ ବୟାନ ନେଇ ବିବାଦରେ ପଡିଛନ୍ତି । ଯେଉଁଥିପାଇଁ ଭାରତୀୟ ମେଡିକାଲ ସଂଗଠନ ପକ୍ଷରୁ ଆଜି ନୂଆଦିଲ୍ଲୀର ଏକ ଥାନାରେ ଯୋଗଗୁରୁ ବାବା ରାମଦେବଙ୍କ ନାମରେ ଏଫ୍‌ଆଇଆର ଦାଖଲ କରାଯାଇଛି । ତେବେ ଘଠଣା କ୍ରମେ ବାବା ରାମଦେବ ଏଲୋପାଥିକ ଚିକିତ୍ସା ପ୍ରଣାଳି ଉପରେ ପ୍ରଶ୍ନ ଉଠାଇ ଏହାର ଦୁର୍ବଳ ଚିକିତ୍ସା ପ୍ରଣାଳି ପାଇଁ ଲୋକ ମାନଙ୍କର ଜୀବନ ଯାଉଥିବା ସେ କହିଥିଲେ । ତେବେ ବାବା ରାମଦେବଙ୍କର ଏପରି ବୟାନକୁ ଭାରତୀୟ ମେଡିକାଲ ସଂଗଠନ ତିବ୍ର ବିରୋଧ କରିଥିଲା ବେଳେ ଏପରି ବୟାନ ଫେରାଇ ନେବା ସହ କ୍ଷମା ପ୍ରାର୍ଥନା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବାବା ରାମଦେବଙ୍କୁ କହିଥିଲେ । 

ଏହା ପରେ ଭାରତୀୟ ମେଡିକାଲ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ବାବା ରାମଦେବଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ଲେଖିବା ପରେ ବାବା ରାମଦେବଙ୍କର ଏକ ଭିଡିଉ ଭାଇରାଲ ହୋଇଥିଲା ଯେଉଁଥିରେ ସେ କହୁଥିବାର ନଜର ଆସୁଥିଲେ କି ଯେ, ତାଙ୍କୁ କାହାରି ବାପ ମଧ୍ୟ ଗିରଫ କରିପାରିବେ ନାହିଁ ।

ତେବେ ଏହିଭଳି ଘଟଣା କ୍ରମେ ଆଜି ଭାରତୀୟ ମେଡିକାଲ ସଂଘ ନୂଆଦିଲ୍ଲୀର ଏକ ଥାନାରେ ବାବା ରାମଦେବଙ୍କ ନାମରେ ବିପର୍ଯ୍ୟୟ ନିୟମ ଉଲଙ୍ଘନ ଆଦି ବିଭିନ୍ନ ସାଙ୍ଘାତିକ ଦଫାରେ ମାମଲା ରୁଜ୍ଜୁ କରିଛନ୍ତି । ମେଡିକାଲ ସଂଙ୍ଘଠନ ପକ୍ଷରୁ ସାଧାରଣ ସମ୍ପାଦକ ଡ. ଜୟସ ଲେଲେ ଉଳଦ୍ଧମା ଦାୟର କରିଛନ୍ତି । ତେବେ ଏହି ମାମଲା ରୁଜୁ ହେବା ପରେ ବାବା ରାମଦେବଙ୍କ ପାଇଁ ସମସ୍ୟା ବଢିପାରେ ବୋଲି ଆଲୋଚନା ହେଉଛି । 

Leave a Reply

Your email address will not be published. Required fields are marked *