ମାହାଙ୍ଗା ଡବଲ ମର୍ଡର ଘଟଣାରେ ନୂଆ ମୋଡ, କଲ ରେକର୍ଡ ଯାଞ୍ଚ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

Spread the love

କଟକ, (ନାଗରାଜ ନ୍ୟୁଜ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ନୂଆ ମୋଡ଼ । ପୁଣି ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ବଢ଼ିଲା ଅଡୁଆ । ମନ୍ତ୍ରୀଙ୍କ ପିଏ ବାପି ବିଶ୍ୱାଳ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳ ଓ ମାହାଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ହତ୍ୟା ସମୟର କଲ ରେକର୍ଡ ଯାଞ୍ଚ କରାଯିବା ନେଇ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମଏପସି କୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି କୋର୍ଟ ତୁରନ୍ତ ଏହି ବ୍ୟକ୍ତିମାନଙ୍କ ଟେଲିଫୋନ କଲ ରେକର୍ଡ କୋର୍ଟରେ ଦାଖଲ କରିବାକୁ ମାହାଙ୍ଗା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀଙ୍କ ନାମ ପୋଲିସ ଚାର୍ଜସିଟରୁ କଟିଯିବା ପରେ ଏକ ପ୍ରୋଟେଷ୍ଟ ପିଟିସନର ଶୁଣାଣୀ କରି ଗତ ଅଗଷ୍ଟ ୨୫ରେ ଦେଇଥିବା ନିର୍ଦ୍ଦେଶ ଅନୁସାରେ ମାହାଙ୍ଗା ପୋଲିସ ସେହି କେଶର ପୁନଃ ତଦନ୍ତ କରି ରିପୋର୍ଟ ଦେଇନଥିବାରୁ ମଧ୍ୟ ପୋଲିସକୁ କଡ଼ା ଭତ୍ସନା କରିଛନ୍ତି । ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ନ୍ୟାୟ ପାଇବେ ଏବଂ ନ୍ୟାୟପାଳିକାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ବୋଲି ମୃତ କୂଳମଣୀଙ୍କ ପୁଅ ରମାକାନ୍ତ ବରାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *