ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ କଟକ ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

Spread the love

କଟକ, (ନାଗରାଜ ନ୍ୟୁଜ ): ମମିତା ମେହେର ହତ୍ୟାର ନିରପେକ୍ଷ ତଦନ୍ତ ଓ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଓଡ଼ିଶା ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆସନ୍ତା ନଭେମ୍ବର ୧୨ ତାରିଖରେ ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ କଟକ ଜିଲ୍ଲା ସଭାପତି ମାନସ ରଞ୍ଜନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଶା ବନ୍ଦକୁ କିପରି ଶାନ୍ତିପୂର୍ଣ୍ଣ ଓ ସଫଳ କରାଯିବ ସେହି ବିଷୟରେ ଆଲୋଚନା କରାଯାଇଥିଲା । ଆସନ୍ତାକାଲି ସନ୍ଧ୍ୟା ୫ଘଟିକାରେ ଏକ ମଶାଲ ଶୋଭାଯାତ୍ରା ଦଳୀୟ କାର୍ୟ୍ୟାଳୟରୁ ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରାଇବା ସହିତ ବିଭିନ୍ନ ମହାସଂଘ ମାନଙ୍କର ସହଯୋଗ ଲୋଡ଼ାଯିବ । ଜରୁରୀ କାର୍ୟ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ, ରୋଗୀ, ପରୀକ୍ଷାର୍ଥୀ ଓ ଆମ୍ବୁଲାନ୍ସ ସେବାକୁ ବାଧା ଦିଆଯିବ ନାହିଁ ବୋଲି ସୂଚାଇଥିଲେ । କଟକ ସହରର ସମସ୍ତ ଜନସାଧାରଣମାନଙ୍କୁ ନଭେମ୍ବର ୧୨ ତାରିଖ ସକାଳ ୬ ଘଟିକାରୁ ମାଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ବନ୍ଦକୁ ସଫଳ କରିବାକୁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *