କରୋନାରେ ପ୍ରଫେସର ସଙ୍ଘମିତ୍ରା ମହାନ୍ତିଙ୍କ ଦେହାନ୍ତ

Spread the love

ଭୂବନେଶ୍ବର: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଙ୍ଘମିତ୍ରା ମହାନ୍ତିଙ୍କ ଦେହାନ୍ତ ହୋଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା କରୋନାରେ ଗୁରୁତର ଥିବାରୁ ସେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।

୧୯୫୩ ଏପ୍ରିଲ ୧ରେ ଜନ୍ମ ହୋଇଥିବା ପ୍ରଫେସର ମହାନ୍ତି ମଧ୍ୟ ଓଡିଶା ବିଜ୍ଞାନ ଏକାଡେମୀର ସଭାପତି ଥିଲେ। ସେ ଓଡିଆ ଭାଷାର ପ୍ରଚାର ପାଇଁ ଅନେକ ଉଦ୍ୟମ କରିଛନ୍ତି ।ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଭିସି ଭାବରେ ନିଯୁକ୍ତ ହେବା ପୂର୍ବରୁ ପ୍ରଫେସର ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ପାଠକ ଓ କମ୍ପ୍ୟୁଟର ସାଇନ୍ସରେ ପ୍ରଫେସର ଭାବରେ କାର‌୍ୟ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *