ପାଟଣାଗଡ଼ରେ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଶୁଭାରମ୍ଭ

Spread the love

ପାଟଣାଗଡ଼, (ନାଗରାଜ ନ୍ୟୁଜ) ପ୍ରାଥମିକ ଚକ୍ଷୁ କେୟାର ୟୁନିଟ ଓ ମହାନଦୀ ନେତ୍ର ଚିକିତ୍ସାଳୟ ସୋନପୁର ପକ୍ଷରୁ ଆଜି ପାଟଣାଗଡ଼ ଦଶମତୀ ଗଳିର ଏକ ଷ୍ଟଲ୍ ଠାରେ ବେସରକାରୀ ଭାବରେ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି ।  ସାଂସଦ ସଂଗୀତାକୁମାରୀ ସିଂଦେଓ, ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ । ଏହି ଚକ୍ଷୁ ପରୀକ୍ଷା କେନ୍ଦ୍ରରେ ଆଇଏଏନଆଇଏସଓ ଏବଂ ଏନଏବିଏଚ୍ ଆକ୍ରିଡିଏଟେଡ୍ ଚକ୍ଷୁ ହସ୍ପିଟାଲର ପଣ୍ଡାପାଲି ବିରମହାରାଜପୁର ସୋନପୁର ଜିଲ୍ଲାର ଅଭିଜ୍ଞ ଚକ୍ଷୁ ଚିକିତ୍ସକ ମାନଙ୍କ ଦ୍ଵାରା ଉକ୍ତ କେନ୍ଦ୍ରରେ ଚକ୍ଷୁ ପରିକ୍ଷା କରାଯିବା ସହ ସେମାନଙ୍କ ଆବଶ୍ୟକ ଔଷଧ ସହ ଚଷମା ମିଳବ ବୋଲି ପ୍ରାଥମିକ ଚକ୍ଷୁ ପରିକ୍ଷା କେନ୍ଦ୍ରର ଡା. ଜି ଗୋପାଳ, ସୁଜିତ ଥପା, ସତ୍ୟନାଏକ ଓ ବୃନ୍ଦାବନ ପ୍ରଧାନ କହିଛନ୍ତି । ପାଟଣାଗଡ଼ ସହର ଚକ୍ଷୁ ପରୀକ୍ଷା କେନ୍ଦ୍ର ଯୋଗୁଁ ଲୋକେ ବହୁ ଉପକାର ପାଇପାରିବେ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ରର ପରିଚାଳକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *