ଆସନ୍ତାକାଲି ଦିଲ୍ଲୀ ଦଙ୍ଗା ମାମଲାର ହେବ ଶୁଣାଣୀ

Spread the love

ନୂଆଦିଲ୍ଲୀ: ଆସନ୍ତାକାଲି ପୂର୍ବାହ୍ନ ୧୧ ଟା ସମୟରେ ଦିଲ୍ଲୀ ଦଙ୍ଗା ମାମଲାରେ କୋର୍ଟ ରାୟ ଶୁଣାଇବେ । ୟୁଏପିଏ ଅଧୀନରେ ଗିରଫ ହୋଇ ଜେଲ୍‌ରେ ଥିବା ୩ ଜଣ ଛାତ୍ର ନେତା ତଥା ‘ପିଞ୍ଜରା ତୋଡ଼’ କାର୍ଯ୍ୟକର୍ତ୍ତା ଦେବାଙ୍ଗନା କଲିତା, ନତାଶା ନରୱାଲ୍‌ ଏବଂ ଆସିଫ ଇକବଲ୍‌ ତନହାଙ୍କୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଜାମିନ ମଂଜୁର କରିଥିଲେ । ତେବେ ସେମାନଙ୍କୁ ଜେଲ୍‌ରୁ ଖଲାସ କରାଯାଇ ନାହିଁ। ଜାମିନରେ ଜେଲ୍‌ରୁ ମୁକୁଳିବାପାଇଁ କୋର୍ଟ ଦେଇଥିବା ସମୟ ଅତିକ୍ରମ କରିବାପରେ ଉକ୍ତ ୩ କାର୍ଯ୍ୟକର୍ତ୍ତା ଜିଲ୍ଲା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଜେଲ୍‌ରୁ ମୁକୁଳାଇବାପାଇଁ ସେମାନେ କୋର୍ଟରେ ଆବେଦନ କରିଥିଲେ। ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ ଜେଲ୍‌ରୁ ମୁକୁଳାଇବା କାର୍ଯ୍ୟ‌ରେ ବିଳମ୍ବ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

କରକରଡୁମା କୋର୍ଟରେ ଆଜି ଅପରାହ୍ନରେ ଏହି ମାମଲାର ଶୁଣାଣି ହୋଇଛି। କୋର୍ଟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ପୁଲିସ ଯାଞ୍ଚ ପତ୍ର ଦାଖଲ ପାଇଁ ଅଧିକ ସମୟ ମାଗିଥିବା ବେଳେ ୩ ଛାତ୍ର ନେତା ଏହାକୁ ବିରୋଧ କରିଛନ୍ତି। ।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଏନେଇ ଆବେଦନ ଦାଖଲ କରିଛି। ଦିଲ୍ଲୀ ପୁଲିସ କହିଛି, ମାମଲାରେ ଦାଖଲ ଚାର୍ଜସିଟ୍‌ରେ ଥିବା ପ୍ରମାଣକୁ କୋର୍ଟ ଭଲଭାବେ ପରଖିନାହାନ୍ତି। ହିଂସା ସୃଷ୍ଟି ହେବାନେଇ ଷଡ଼ଯନ୍ତ୍ର ହୋଇଛି ବୋଲି ଚାର୍ଜସିଟ୍‌ରେ ହ୍ବାଟ୍ସଆପ୍‌ ମେସେଜ୍‌ ଏବଂ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ସହ ଯ‌ଥେଷ୍ଟ ପ୍ରମାଣ ରହିଛି। ସେମାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଥିବା ସତ୍ତ୍ବେ ଜାମିନ ମଂଜୁର ହୋଇଥିବାରୁ ଏହାକୁ ଆମେ ଚ୍ୟାଲେଂଜ କରିଛୁ ବୋଲି ଦିଲ୍ଲୀ ପୁଲିସ କହିଛି।

Leave a Reply

Your email address will not be published. Required fields are marked *