ଗଣଶିକ୍ଷା ବିଭାଗ ଗଣମାଧ୍ୟମ ବିରୋଧୀ ନିଷ୍ପତ୍ତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ

Spread the love

କଟକ,(ନାଗରାଜ ନ୍ୟୁଜ): ଗଣଶିକ୍ଷା ବିଭାଗର ସ୍କୁଲ ଗୁଡିକୁ ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରା ନିଷେଧ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଯେହେତୁ ଗଣମାଧ୍ୟମ ହେଉଛି ଚତୁର୍ଥ ସ୍ତମ୍ଭ ଓ ଏହାର କର୍ତ୍ତବ୍ୟ ହେଉଛି ସମାଜରେ ଘଟୁଥିବା ଅଘଟଣ ଓ ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା। କିନ୍ତୁ ଗତ କିଛି ଦିନ ହେବ ସ୍କୁଲ ଭିତରେ ଚାଲୁଥିବା କେଳେଙ୍କା ରୀ ଓ ଶିକ୍ଷକ ମାନକର ଅପାରଗତା କୁ ଗଣମାଧ୍ୟମରେ ପ୍ରକାଶିତ ହେବା ଯୋଗୁ ହଟାତ୍ ଚିହିଙ୍କି ଉଠିଛି ବିଭାଗ । ଯାହା ସମ୍ବିଧାନ ବିରୋଧୀ ଓ ଅଗଣତାନ୍ତ୍ରିକ। ଏହା ସରକାରୀ ବ୍ୟବସ୍ଥାର ଅପାରଗତା କୁ ହି ସୂଚାଇ ଦେଉଛି କି ଆମର ଦୋଷ ଦୁର୍ବଳତା ପଦାକୁ ଆଣିଲେ ଗଣମାଧ୍ୟମ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଯିବ। ଯାହାକୁ ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରିବା ସହ ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ କଟକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *