୧୦୦ କୋଟି କ୍ଲବରେ ପ୍ରବେଶ କରିବାକୁ ଯାଉଛି ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’

Spread the love

ମୁମ୍ବାଇ, (ନାଗରାଜ ନ୍ୟୁଜ): ‘କାଶ୍ମୀର ଫାଇଲ୍ସ’ ରିଲିଜ ହେବାର ଏକ ସପ୍ତାହ ବିତିଗଲାଣି । ଚଳଚ୍ଚିତ୍ରର ଇନକମ କମିବା ଦୂରର କଥା ବକ୍ସ ଅଫିସରେ ଧମାଲ ମଚାଇବାରେ ଲାଗିଛି । ପ୍ରତିିଦିନ ଏହାର ରୋଜଗାର ବୃଦ୍ଧି ପାଉଛି । ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ପାଇଁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ କ୍ରେଜ କମୁଛି । ହେଲେ ସବୁ ହଲରେ ହାଉସଫୁଲ ରହୁଛି ‘କାଶ୍ମୀର ଫାଇଲ୍ସ’ । ଏହାସହ ଗତ ସପ୍ତାହରେ ବଡ଼ ବଜେଟ୍ ‘ରାଧେ ଶ୍ୟାମ୍’ ରିଲିଜ୍ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଛି । ଏହାର ବଡ଼ କାରଣ ହେଉଛି ‘କାଶ୍ମୀର ଫାଇଲ୍ସ’ । ଏହି ଫିଲ୍ମଟି ବର୍ତ୍ତମାନ ୧୦୦ କୋଟି କ୍ଲବରେ ଏଣ୍ଟ୍ରି କରିବାକୁ ଯାଉଛି । ଗୁରୁବାର, ସପ୍ତମ ଦିନ ଫିଲ୍ମଟି ପ୍ରାୟ ୧୮.୦୫କୋଟି କଲେକ୍ସନ କରିଛି । ଫିଲ୍ମ ଏବେ ସୁଦ୍ଧ ୯୭.୩୦କୋଟି ଟଙ୍କା ବ୍ୟବସାୟ କରିଛି । ଏହି ଚଳଚ୍ଚିତ୍ର ଶୁକ୍ରବାର ଦିନ ୩.୫୫କୋଟି, ଶନିବାର ଦିନ ୮.୫୦କୋଟି, ରବିବାର ଦିନ ୧୫.୦୫କୋଟି, ମଙ୍ଗବାର ଦିନ ୧୮ କୋଟି, ବୁଧବାର ୧୯.୦୫କୋଟି ରୋଜଗାର କରିଛି ।

Leave a Reply

Your email address will not be published. Required fields are marked *