ସରୋଜିନୀ ଦେବୀ ସ୍ମୃତି ପାଠାଗାର ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଗ୍ରନ୍ଥାଗାରୀ ଶ୍ରୀ ଦୀପ୍ତି ରଞ୍ଜନ ସାହୁ ଙ୍କର ପ୍ରତ୍ୟେକ୍ଷ ତତ୍ବବଧାନରେ ପାଠାଗାର ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି । ଅବସର ପ୍ରାପ୍ତ ରାଷ୍ଟ୍ରଦୂତ ଡ଼ା. ମଳୟ ମିଶ୍ର ଏହି ପାଠାଗାର ଟିକୁ ନିଜ ମା ସରୋଜିନୀ ଦେବୀ ଙ୍କ ନାମରେ ଉସର୍ଗ କରିଥିବାରୁ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା ସରୋଜିନୀ ଦେବୀ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପଜ୍ୱଳନ କରାଯାଇଥିଲା । ଗ୍ରନ୍ଥାଗରୀ ଶ୍ରୀ ଦୀପ୍ତି ରଞ୍ଜନ ସାହୁ ଙ୍କ ଦ୍ଵାରା ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଡ଼ା. ମିଶ୍ର ତାଙ୍କ ଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠାଗାର ଏବଂ ପୁସ୍ତକର ଉପାଦେୟତା ବିଷୟରେ ବୁଝାଇକହିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡ଼ା. ଦାମୋଦର ଆଚାର୍ଯ୍ୟ ,ସମ୍ମାନିତ ଅତିଥି ରୂପେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ବିବେକ ପଟ୍ଟନାୟକ ଏବଂ ମୁଖ୍ୟ ବକ୍ତା ଭାବେ ପୁରୀ ଜିଲ୍ଲା ବିଶ୍ବମ୍ବର ବିଦ୍ୟାପୀଠ ର ଯୁଗ୍ମ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଯ୍ୟୋତ୍ରିମୟୀ ମିଶ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠାଗାର ଏବଂ ପୁସ୍ତକ ପଠନ ଉପାଦେୟତା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ପାଠାଗାର ର ପ୍ରଥମ ବାର୍ଷିକ ଅବସର ରେ ପୁରୀ ମୁଖ୍ୟ ଡାକଘର ର କର୍ମକର୍ତ୍ତା ଶ୍ରୀ ହିମାଂଶୁ ଭୂଷଣ ଜଗଦେବ ଙ୍କର ଉପସ୍ତିରେ ଏକ ପାଞ୍ଚ ଟଙ୍କିଆ ସ୍ମାରକୀ ଡାକଟିକଟ ଉନ୍ମଚନ କରାଯାଇଥିଲା । ଏବଂ ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶେଷରେ ପାଠାଗାର ର ସମ୍ପାଦିକା କୁମାରୀ ଦୀପିକା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସରୋଜିନୀ ଦେବୀ ସ୍ମୃତି ପାଠାଗାର ଅଦ୍ୟାବଧି ୧୭୫ ଜଣ ସ୍ଥାୟୀ ସଦସ୍ୟ ଏବଂ ଅନ୍ୟାନ୍ୟ ପାଠକ ପାଠିକା ମାନଙ୍କୁ ପାଠାଗାର ମାଗଣା ରେ ସେବା ଯୋଗାଇ ଆସୁଛି । ସୋମବାର ଏବଂ ଅନ୍ୟାନ୍ୟ ଛୁଟି ଦିନ ଗୁଡ଼ିକୁ ବାଦ ଦେଇ ଅନ୍ୟ ସମସ୍ତ କାର୍ଯ୍ୟ ଦିବସ ରେ ପାଠାଗାର ପ୍ରତ୍ୟହ ଦିବା ୧ ଘଟିକା ଠାରୁ ରାତ୍ର ୮ ଘଟିକା ପଯ୍ୟନ୍ତ ସାରସ୍ଵତ ସାଧନା ନିମନ୍ତେ ପୁସ୍ତକ ରହିଅଛି । ଭାଷା ,ସାହିତ୍ୟ , କଳା ,ଧର୍ମ ଓଡ଼ିଆ ଗଳ୍ପ ଏବଂ ଉପନ୍ୟାସ ଏହି ପରି ଅନେକ ଗୁଡ଼ିଏ ବିଭାଗର ବହି ,ପ୍ରତିଯୋଗିତା ମୂଳକ ପରୀକ୍ଷା ର ପ୍ରସ୍ତୁତି ପାଇଁ ପୁସ୍ତକ ,ଇଂରାଜୀ ପ୍ରତ୍ରିକା ଓ ଖବର କାଗଜ ଏଠାରେ ଉପଲବ୍ଧ । ଇଂରାଜୀ ଭାଷା ର ଦକ୍ଷତା ବୁଦ୍ଧି ନିମନ୍ତେ ଅବସର ପ୍ରାପ୍ତ ରାଷ୍ଟ୍ରଦୂତ ତଥା ପାଠାଗାର ନିର୍ଦ୍ଦେଶକ ଡ଼ା.ମଳୟ ମିଶ୍ର ଙ୍କର ବିଭିନ୍ନ ସାମ୍ପ୍ରତିକ ଘଟଣା ବଳି କୁ ନେଇ ଆଲୋଚନା ଚକ୍ର ସହ ଖବର କାଗଜ ମାନଙ୍କରେ ପ୍ରକାଶିତ ଗୁରୁତ୍ଵପୂର୍ଣ୍ଣ ଘଟଣା ବଳି ସମ୍ପକ୍ରିତ ଖବର ଗୁଡିକୁ ନେଇ ଏକ ତାଲିକା ଭୁକ୍ତ ପୁସ୍ତକ ପାଠାଗାର ମଧ୍ୟରେ ଉପଲବ୍ଧ ରହିଛି ।

Leave a Reply

Your email address will not be published. Required fields are marked *