ପ୍ରଥମ ପାଳି ‘ଖୁଦୁରୁକୁଣୀ ଓଷା’ ପାଳିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜି ପ୍ରଥମ ପାଳି ‘ଖୁଦୁରୁକୁଣୀ ଓଷା’ ପାଳିତ । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ “ଖୁଦରଙ୍କୁଣି” ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣୀ ହୋଇଛି ।

ଗାଁ ଗାଁ ରେ ଏହି ପୂଜା କରାଯାଇଥାଏ । ସେହି ପରି ଶଙ୍କର ପୁର ଗ୍ରାମ ରେ କୁଆଁରୀ ଝିଅ ମାନେ ତପୋଇ ଓଷା ବହୁ ଆଡମ୍ବର ପାଳନ କରିଛନ୍ତି । ସକାଳୁ ଉଠି ଫୁଲ ଦୁବ ବରକୋଳି ପତ୍ର ଆମ୍ବ ତିରଣ ସରିବା ପରେ ପୋଖରୀକୁ ଯାଇ ଗାଧୋଇବା ପରେ ବାଲୁଙ୍କା ପୂଜା କରିଥାନ୍ତି। ତା ପରେ ସନ୍ଧ୍ୟା ବେଳେ ଦୂପ ଦୀପ ଜାଳି ମା ଙ୍କୁ ପୂଜା କରିଥାନ୍ତି ଭୋଗ ତଥା ସେଓ ,କଦଳୀ ,ଅଙ୍ଗୁର, ଖଇ,ରାଶି କୋରା,ଚୁଡା ପ୍ରସ୍ତୁତ କରି ପୂଜା କରିଥାନ୍ତି ।ମା ଖୁଦୁରୁକୁଣୀ ଓଷା।

ଏଥିରେ ସାଜସଜ୍ଜା ରେ ସହଯୋଗ କରିଥିଲେ ବିଦ୍ୟାଧର ବେହେରା,ବିପିନି ପତ୍ରୀ । ମା ଙ୍କ ପୂଜାରେ କୁଆଁରୀ ଝିଅ ମାନେ ଯୋଗ ଦେଇଥିବା ସୁଚିଶ୍ମିତା ପଣ୍ଡା,ସୁମିତ୍ରା ବେହେରା, ତପୋଇ ସାମଲ, ଲିଜା ସାମଲ,ଲିପ୍ସା ଦଳାଇ, ମିଲି ଖୁଣ୍ଟିଆ,ରୋଜାଲିନ ଖୁଣ୍ଟିଆ,ଶୁଭଶ୍ରୀ ଜେନା,ସୁଭଲକ୍ଷ୍ମ ମହାନ୍ତି,ସନ୍ଧ୍ୟା ରାଣୀ ପଣ୍ଡା, ବୁଢ଼ୀଆ ପଟ୍ଟନାୟକ, ଆରୁଶ୍ରୀ ମହାପାତ୍ର, ଟୁନି ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *