ବିଧାୟକ ଓ ସାଂସଦଙ୍କ ମିଳିତ ଉଦ୍ୟମ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଶିଳାନ୍ୟସ

Spread the love

ଗଁଦିଆ, (ସୌମ୍ୟ ରଞ୍ଜନ ମହାନ୍ତି): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବିଧାରପୁରୁ ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ୫ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବିଭିନ ପ୍ରକଳ୍ପର ଭିର୍ତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଇତି ମଧ୍ୟରୁ କରଡ଼ାବନି ଠାରୁ ଇଚ୍ଛାପୂର ଭାୟା ରତନ ପୁରୁ, ପୃତଃ ବିଭାଗ ରାସ୍ତା ଠାରୁ ଦେଓଗାଁ ଭାୟା ଚନ୍ଦ୍ରଶେଖର ପୁରୁ, ଷଡଙ୍ଗି ଠାରୁ ମଠ ତେନ୍ତୁଳିଆ ଭାୟା ବିଷ୍ଣୁ ପୁରୁ, ବିଧାରୁପୁରୁ ଠାରୁ ମହିଁସାକଡା ଭାୟା ରମେଇଖମାର, ସରିସିଆପଦା ଭାୟା ମହିଷାକଡା ଏହି ୫ଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଭୁକ୍ତ ପୃତଃ ବିଭାଗ ରାସ୍ତାର ଉନ୍ନତି କରଣ ନିମନ୍ତେ ଶୁଭ ଭିର୍ତ୍ତି ପ୍ରସ୍ତର ସ୍ଥାପନ ମାନ୍ୟବର ସାଂସଦ ମହେଶ ସାହୁ ଓ ମାନ୍ୟବର ବିଧାୟକ ସୁଧୀର କୁମାର ସାମଲଙ୍କ କର କମଳରେ ସମ୍ପାଦିତ ହୋଇଛି ।

ଏଥିସହ ଉପସ୍ଥିତ ସମ୍ମାନିତ ଅତିଥି ବୃନ୍ଦ ଶ୍ରୀମତୀ ମିନତୀ ନାୟକ ଅଧ୍ୟକ୍ଷା ଜିଲ୍ଲା ପରିଷଦ ଢେଙ୍କାନାଳ, ଶ୍ରୀଯୁକ୍ତ କଦଣ୍ଡଧର ସାହୁ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ଢେଙ୍କାନାଳ, ଶ୍ରୀମତୀ ଗୀତାଞ୍ଜଳି ଭୁଇଆଁ, ଅଧକ୍ଷା ପଂଚାୟତ ସମିତି ଏବଂ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ । ସାଂସଦ ମହେଶ ସାହୁ ଏବଂ ବିଧାୟକ ସୁଧୀର ସାମଲ ଉକ୍ତ କାର୍ଯ୍ୟକ୍ରମ ଯୋଗ ଦେବା ସହ ରାଜ୍ୟରେ ବାରମ୍ବାର ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ଦୃଢ଼ ନିନ୍ଦା ମଧ୍ୟ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *