ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Spread the love

ଗଁଦିଆ, (ସୌମ୍ୟରଂଜନ ମହାନ୍ତି): ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ କୋଲ୍ହା ଗ୍ରାମରେ ସମ୍ବିତ ନନ୍ଦ ମେମୋରିଆଲ ଫାଉଣ୍ଡେସନ ତରଫରୁ ପ୍ରଥମ ଥର ପାଇଁ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରେ ଶତାଧିକ ରୋଗୀ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ମାଗଣାରେ ଔଷଧ ନେଇଥିଲେ ।

ଉକ୍ତ ସେବା ଶିବିରକୁ ଫାଉଣ୍ଡେସନ ପକ୍ଷରୁ ଅଧକ୍ଷା ମୋନାଲିସା ନନ୍ଦ, ପୂର୍ବତନ ବିଧାୟକ ନବୀନ ନନ୍ଦ, ଗଁଦିଆ ବ୍ଲକ ର ପୁର୍ବତନ ଅଧକ୍ଷ ମଳୟ କୁମାର୍ ସିଂ, ପୁର୍ବତନ ସମିତି ସଭ୍ୟ ଓଁ ପ୍ରକାଶ ଦାସ ସୁଜିତ ନନ୍ଦ ଯୋଗଦେଇ ଥିବାବେଳେ ଡା କୃଷ୍ଣ ଚନ୍ଦ୍ର ରାୟ, ଡାକ୍ତର କୃଷ୍ଣ ବଲ୍ଲଭ ଶତପଥୀ, ଦେବାଶିଷ ନାୟକ, ମାନସ ବାରିକ୍, ଅନିତା ସାହୁ, ନିବେଦିତା ନାୟକ, ସ୍ନେହସିସ ତରାଇ, ନେହା ମିଶ୍ର ଇଲାନ ପ୍ରଭା ଯୋଗଦେଇ ଥିଲେ । ଆଗାମୀଦିନରେ ଏହି ସେବା ବିଭିନ୍ନ ଜାଗାରେ ଜାରି ରହିବବୋଲି ସମ୍ବିତୀ ନନ୍ଦ ମେମୋରିଆଲ ଫାଉଣ୍ଡେସନ ତରଫରୁ କହିଥିଲେ ।

Leave a Reply

Your email address will not be published. Required fields are marked *