ସରଂଣକ୍ଷରୁ ବାଦ ପ୍ରତିବାଦରେ ଗେର୍ଡା ପଞ୍ଚାୟତରେ ତାଲା

Spread the love

ପାଟଣାଗଡ଼, (ନାଗରାଜ ନ୍ୟୁଜ)ପଞ୍ଚାୟତ ନିର୍ବାଚନ ରେ ଆଦିବାସୀ ଙ୍କୁ ସରଂକ୍ଷଣ ରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ଗେର୍ଡା ପଞ୍ଚାୟତ ରେ ତାଲା ପକାଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସରକାର ଆଦିବାସୀ ଙ୍କ ରାଜନୈତିକ ସରଂକ୍ଷଣ ପଦବୀ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଙ୍କୁ ଅସାମ୍ବିଧାନିକ ଭାବରେ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ଆଜି ଗେର୍ଡା ଗାଁ ମୁଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ନୀତି ପ୍ରତିବାଦରେ ସରକାର ବିରୋଧୀ ନାରବାଜି ଦେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭାକରି ରାଜ୍ୟ ସରକାର ଙ୍କୁ ନିନ୍ଦା କରିଥିଲେ ଓ ପରେ ପଞ୍ଚାୟତ କାର୍ଯ୍ୟାଳୟ କୁ ତାଲା ପକାଇ ଧାରଣା ଦେଇଥିଲେ । ସରଂଣକ୍ଷ ବଳବତ୍ତର ନରହିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ।

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ସୁଦ୍ଧା ପଞ୍ଚାୟତ ରେ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରେଇ ଦିଆଯିବନାହିଁ । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଗେର୍ଡା ପଞ୍ଚାୟତ ଶାଖା ର ଉପସଭାପତି ବୁଦ୍ଧଦେବ ବରିହା ଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନ ରେ , ସମ୍ମାନିତ ଅତିଥି ଭାବେ ଧୂବଲେଶ୍ଵର ଭୋଇ ଥବିର ଧାରୁଆ,ଝସକେତନ ଧାରୁଆ, ମଣ୍ଟୁ ଗଡତ୍ୟା, ପ୍ରେମାନନ୍ଦ ନାୟକ , ନିତ୍ୟାନନ୍ଦ ଶବର ,ସୁପାଳ ଭୋଇ ଯୋଗଦେଇ ଥିଲେ । ସଂପାଦକ ରଞ୍ଜିତ ବରିହା , ସହ ସମ୍ପାଦକ ମୁରଲି ବରିହା , ସଂଯୋଜକ କେଶବ ବରିହା , ଉପଦେଷ୍ଟା ମାନୁ ବରିହା , ସତ୍ୟନାରାୟଣ ବରିହା ,ଘନ ଭୂଏ,ଦୁଃଖି ରାଏ, ଜୟଦେବ ବରିହା , ବିନୋଦ ବରିହା, ଦୂର୍ଯ୍ୟୋଧନ ବରିହା, ଅନିରୁଦ୍ଧ ବରିହା, କଦମ ମାଝୀ, ଗୋବିନ୍ଦ ରାଉତ, ସନୁର୍ଯ୍ୟ ମାଝୀ, ତେଜରାଜ ମାଝୀ ପ୍ରମୁଖଙ୍କ ସହ ମାତୃଶକ୍ତି ସୁମିତ୍ରା ରାଏ, ସେବତୀ ବରିହା ,ତିଲୋତ୍ତମା ବରିହା ,ତୁଲାବରିହା, ଭାନୁମତୀ ବରିହା, ପାନ ବରିହାଙ୍କ ସମେତ ଶତାଧିକ ଆଦିବାସୀ ପୁରୁଷ ମହିଳା ଯୋଗଦେଇଥିଲେ । ରଞ୍ଜିତ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *