ସ୍ଥାୟୀ ଠିକଣା ନଥିବା ଲୋକଙ୍କ ପାଇଁ ଖୁସି ଖବର, ଏଣିକି ସହଜ ହୋଇଯିବ ଏଲପିଜି ଗ୍ୟାସ କନେକ୍ସନ

Spread the love

ନୂଆଦିଲ୍ଲୀ: ଉଜ୍ଜ୍ବଳ ଯୋଜନା ଏବେ ସ୍ଥାୟୀ ଠିକଣା ନଥିବା ଲୋକମାନଙ୍କ ପାଇଁ ସହଜ ହୋଇଯିବ । ଗରିବ ଶ୍ରେଣୀର ଲୋକ ଓ ଦେଶର ବିଭିନ୍ନ ସ୍ଥାନକୁ କାମ ଖୋଜିବାକୁ ଯାଉଥିବା ଶ୍ରମିକଙ୍କ ପାଇଁ ଉଜ୍ଜ୍ବଳ ଯୋଜନା ନେଇ ଆସିଛି ଖୁସି । ଏଣିକି ସ୍ଥାୟୀ ଠିକଣା ନଥିବା ଲୋକମାନଙ୍କୁ ମିଳିବ ଏଲପିଜି କନେକ୍ସନ । ଏହି ସୁବିଧା ଖୁବ୍ ଶୀଘ୍ର ଲାଗୁ କରିବେ କେନ୍ଦ୍ର ସରକାର । ଉଜ୍ଜ୍ଵଳା ଯୋଜନାର ଫେଜ୍ ୨ରେ ଏହି ସୁବିଧା ଉପଲବ୍ଧ ହେବ।

ଉତ୍ତର ପ୍ରଦେଶର ବାଲିୟାରୁ ଉଜ୍ଜ୍ଵଳା ଯୋଜନାର ଶୁଭାରମ୍ଭ ହୋଇଥିଲା। ୨୦୨୧-୨୨ ବଜେଟ ଉପସ୍ଥାପନା କରିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ଉଜ୍ଜ୍ଵଳା ଯୋଜନାକୁ ଆହୁରି ବିସ୍ତାର କରାଯିବ ବୋଲି ଘୋଷଣା କରିଥିଲେ। ସୂଚନା ଥାଉକି, ୨୦୨୧ ଜାନୁଆରୀ ୩୧ ସୁଦ୍ଧା ଦେଶରେ ଗରିବ ସୀମା ରେଖା ତଳେ ଥିବା ୮.୩ କୋଟି ପରିବାରକୁ ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ୍ କନେକ୍ସନ ଯୋଗାଇ ଦିଆଯାଇଛି। ଏହା ଦ୍ଵାରା ଦେଶର ୯୧ ପ୍ରତିଶତ ପରିବାରଙ୍କ ନିକଟରେ ପରିବେଶ ଅନୁକୂଳ ରୋଷେଇ ଗ୍ୟାସ୍ ଉପଲବ୍ଧ ହୋଇପାରିଛି ।

Leave a Reply

Your email address will not be published. Required fields are marked *