ଡ୍ରଗ୍ସ କାରବାର ବନ୍ଦ ନେଇ ସରକାରଙ୍କ ନୂଆ ରଣନୀତି

Spread the love

ଭୂବନେଶ୍ବର: ଡ୍ରଗ୍ସ କାରବାର ବନ୍ଦ ନେଇ ସରକାର ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି । ଯାହା ନେଇ ଆଗକୁ ରାଜ୍ୟରେ ବନ୍ଦ ହେବ ବ୍ରାଉନସୁଗାର କାରବାର। ଏଥିନେଇ ଏସଟିଏଫକୁ ଦିଆଗଲା ସ୍ଵତନ୍ତ୍ର ଦାୟିତ୍ଵ।

ଏସଟିଏଫରେ କାର୍ଯ୍ୟକାରୀ ହେବ ନାର୍କୋଟିକ୍ସ ୟୁନିଟ୍। ଜଣେ ଏସପି, ୩ ଡିଏସପିଙ୍କ ସହ ୨୭ଟି ନୂଆ ପୋଷ୍ଟକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡ୍ରଗ୍ସ ଚୋରା କାରବାରକୁ ଦମନ ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପୋଲିସ ଡିଜି ଅଭୟ।

ପୋଲିସ ଡିଜି ଏସଟିଏଫକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଡ୍ରଗ୍ସ କାରବାର ରୋକିବାରେ ଏସଟିଏଫ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେବେ ଆଗକୁ ଡ୍ରଗ୍ସ କାରବାର ରୋକିବାକୁ ଆହୁରି ଦୃଢ ପଦକ୍ଷେପ ନେବୁ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ

Leave a Reply

Your email address will not be published. Required fields are marked *