ଲଘୁଚାପ ଜନିତ ବର୍ଷାରେ ବୁଡିଯାଇଛି କାଳିଆବୁଦା କମଳାକାନ୍ତ ବିଦ୍ୟାପୀଠର ତଳ ରାସ୍ତା

Spread the love

କଟକ,(ନାଗରାଜ ନ୍ୟୁଜ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବାରୁ ମହାନଦୀର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଉଛି। ମହାନଦୀ ରେ ବନ୍ୟା ଜଳ ପ୍ରବେଶ କରି ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ବର୍ତ୍ତମାନ ଅଧା ବୁଡି ଯାଇଛି କଟକ କାଳିଆବୁଦା କମଳାକାନ୍ତ ବିଦ୍ୟାପୀଠର ତଳ ରାସ୍ତା। ଯେଉଁ ଥିରେ ଆଜି ଏକ ବୋଲେରୋ ଫସି ଯାଇଥିଲା। ବୋଲେରୋ ଗାଡି ପାର ହେବାକୁ ଚେଷ୍ଟା କରୁଥିବା ବେଳେ ଅଧା ରାସ୍ତାରେ ବୁଡି ଯାଇଥିଲା। ଏହା ପରେ କ୍ରେନ୍ ସାହାଯ୍ୟରେ ଗାଡ଼ି ଟିକୁ ଉଦ୍ଧାର କରାଯାଇଥିଲା। ଏହି ରାସ୍ତା କଡରେ ମହାନଦୀର ଜଳ ଅତି ନିକଟରେ ଥିବାରୁ ସହଜରେ ରାସ୍ତା ଉପରକୁ ବନ୍ୟା ଜଳ ଉଠି ଆସୁଛି। ଫଳରେ ତଳ ରାସ୍ତା ଦେଇ ଅନେକ ବଡ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି।

Leave a Reply

Your email address will not be published. Required fields are marked *