ଦୃଷ୍ଟିହୀନ ବୃଦ୍ଧବୃଦ୍ଧାଙ୍କୁ ଗୃହ ଯୋଗାଇଲା ହେଲ୍ପ ଫର ୟୁ ଫାଉଣ୍ଡେସନ

Spread the love

ବାଲେଶ୍ଵର, (ନାଗରାଜ ନ୍ୟୁଜ): ପ୍ରତ୍ୟେକ ମଣିଷର ରହିବା ପାଇଁ ବାସସ୍ଥାନଟିଏ ନିହାତି ଜରୁରୀ ହୋଇଥାଏ । ଜୀବନରେ ସମସ୍ତେ ସ୍ଵପ୍ନ ଦେଖିଥାନ୍ତି ଗୋଟିଏ ସୁନ୍ଦର ଘରଟିଏ କରିବା ପାଇଁ ହେଲେ କାହାର ସେ ସ୍ଵପ୍ନ ପୂରଣ ହୁଏ କାହାର ହୁଏ ନାହିଁ । କିଛି ଦିନ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ପଳାସିଆ ଗ୍ରାମର ଦୃଷ୍ଟି ହୀନ ଅମୂଲ୍ୟ ଜେନା ଓ ମାଆ ପାର୍ବତୀ ଜେନା ବୃଦ୍ଧବୃଦ୍ଧା, ବାପା ମାଆ ଏହି ଶୀତ ଓ କାକରରେ ଗଛ ମୂଳେ ଜୀବନ ବିତାଉ ଥିବାର ଦେଖି ଗ୍ରାମର କିଛି ଉଦ୍ୟମାନ ଯୁବକ ତାଙ୍କୁ ପାଖ ଅଙ୍ଗନବାଡ଼ି କେନ୍ଦ୍ରରେ ରଖିଥିଲେ । ହେଲେ ଏହା ସ୍ଥାୟୀ ପ୍ରତିକାର ନ ଥିଲା । ତେଣୁ ସେଠାକାର ଗ୍ରାମବାସୀ ହେଲ୍ପ ଫର ୟୁ ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ଧଳଙ୍କୁ ଜଣାଇଥିଲେ ।

ହେଲ୍ପ ଫର ୟୁ ଫାଉଣ୍ଡେସନ ସେଇ ଦୃଷ୍ଟିହୀନ ବୃଦ୍ଧ ବାପା ମା ପାଇଁ ଗୋଟିଏ ନୂତନ ଗୃହ ନିର୍ମାଣ କରିଛନ୍ତି, ଏବଂ ବୃଦ୍ଧ ବାପା ମା ଙ୍କୁ ସ୍ଥାୟୀ ଭାବରେ ସେ ଗୃହରେ ପୂଜା ଅର୍ଚ୍ଚନା କରି ଜାନୁଆରୀ ୨୬ ଅବସରରେ ଗୃହ ପ୍ରବେଶ କରାଇଛନ୍ତି । ବାପା ମାଆର ଶୋଇବା ପାଇଁ ଖଟ, ନୂତନ ବସ୍ତ୍ର, ରାସନ ସାମଗ୍ରୀ, ପନିପରିବା ମଧ୍ୟ ପ୍ରଦାନ କରାଯାଇଛି । ଏହି ମହାନ କାର୍ଯ୍ୟ ହେଲ୍ପ ଫର ୟୁ ଫାଉଣ୍ଡେସନର ସମସ୍ତ ମେମ୍ବର ମାନଙ୍କର କିଛି କିଛି ଆର୍ଥିକ ଅବଦାନ ଓ ସହଯୋଗ ରାଶି ବଳରେ ସମ୍ଭବ ହୋଇ ପାରିଛି । ଏଥିରେ ସଙ୍ଗଠନର ସଦସ୍ୟ, ସଦସ୍ୟା ଅନିମା ପିଳା, ସୁଜିତ କାମିଳା, ହେମନ୍ତ ପାତ୍ର, ତପନ ଦେ, ପ୍ରିତମ କୁମାର ଦାସ, ପ୍ରଦୀପ ମିର୍ଦ୍ଧା, ସୃଷ୍ଟି ଧର ସେଠୀ, ଶିବ ନାଥ କର, ଅତୁଲ ଜେନା, ସୁବ୍ରତ ଜେନା, ନଗେନ୍ଦ୍ର ବାରିକ, ନିତ୍ୟାନନ୍ଦ ଦାସ, ରଞ୍ଜନ ନାଗ, ବିଜୟ ଦେ, ସୌମ୍ୟସୁଚିତ୍ରା ପରିଡା, ନିବେଦିତା ଧଳ, ସୁଜାତା ଧଳ, ପରେଶ ପାତ୍ର, ତରଣି କର, ତରୁଣ କୁମାର ନାଥ, ପରେଶ ପାତ୍ର, ବିନତା ପାତ୍ର ପ୍ରମୁଖ ଯୋଗଦାନ କରିଥିଲା ବେଳେ ସେଠାକାର ଗ୍ରାମବାସୀନ୍ଦା ଶିକ୍ଷକ ବରେନ୍ଦ୍ର ଜେନା, ଧନଞ୍ଜୟ ଜେନା, ସୁଧିର କୁମାର ଜେନା, ଗଣେଶ ଜେନା, ଦୀପକ ଜେନା, ବିଜୟୀ ଜେନା, କାର୍ତ୍ତିକ ଜେନା ସହଯୋଗ କରିଥିଲେ । ଏହି କାର୍ଯ୍ୟକୁ ଅଞ୍ଚଳବାସୀ ବହୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *