ଆଜି ଆଇସିଏସଇ ଓ ଆଇଏସସିର ପ୍ରକାଶ ପାଇବ ରେଜଲ୍ଟ

Spread the love

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ଆଇସିଏସଇ) ଓ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ (ଆଇଏସସି)ର ଫଳାଫଳ ଆଜି ୩ଟାରେ ପ୍ରକାଶ ପାଇବ । ଏନେଇ କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନ୍ (ସିଆଇଏସସିଇ) ପକ୍ଷରୁ ଘୋଷଣା କରାଯାଇଛି ।

୨୦୨୧ ଶିକ୍ଷାବର୍ଷର ଦଶମ ଏବଂ ଦ୍ୱାଦଶର ଫଳାଫଳ ଆଜି ୩ଟାରେ ପ୍ରକାଶ ପାଇବ । ଚଳିତ ବର୍ଷ ଯେଉଁ ଛାତ୍ରଛାତ୍ରୀ ମାନେ ଆଇସିଏସଇ ଏବଂ ଆଇଏସସି ପରୀକ୍ଷା ଦେଇଥିଲେ ସେମାନେ ଆଜି ଅପରାହ୍ନ ୩ଟାରେ ସିଆଇଏସସିଇର ଅଫିସିଆଲ୍ ୱେବସାଇଟ୍ cisce.org ରେ ରେଜଲ୍ଟ ଦେଖିପାରିବେ ।

ତେବେ କୋଭିଡ-୧୯ ମହାମାରୀ ଯୋଗୁଁ ଦେଶରେ ନ୍ୟାସନାଲ ଏବଂ ଷ୍ଟେଟ ବୋର୍ଡ ସହିତ ସିଆଇଏସସିଇର ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଥିଲା। ବୋର୍ଡ ପକ୍ଷରୁ ଇଣ୍ଟରନାଲ୍ ଆସେସମେଣ୍ଟ ପଲିସିକୁ ଆଧାର କରି ଆଇସିଏସଇ ଏବଂ ଆଇଏସସି ରେଜଲ୍ଟ ପ୍ରସ୍ତୁତ କରାଯାଇଛି ।

Leave a Reply

Your email address will not be published. Required fields are marked *