ଆଇଆଇସିଙ୍କ ନିକଟରେ ଅଭିଯୋଗ କଲା ବଣିକ ସଂଘ

Spread the love

ବାଲେଶ୍ବର, (ନାଗରାଜ ନ୍ଯୁଜ): ବାଜାରର ବିଭିନ୍ନ ସମସ୍ୟା ନେଇ ଥାନାରେ ହୋଇଛି ଅଭିଯୋଗ । ଏପରି ଏକ ଲିଖିତ ଅଭିଯୋଗ ହୋଇଛି ବାଲେଶ୍ବର ଜିଲ୍ଲା ଖଇରା ଥାନାରେ । ଅଭିଯୋଗରୁ ଜଣାଯାଇଛିଯେ, ବଣିକ ସଙ୍ଘ ଗଣ୍ଡିବେଡ଼ ପକ୍ଷରୁ ଆଜି ସମସ୍ତ ବ୍ୟବସାୟୀ ବନ୍ଧୁ ମାନେ ମିଳିତ ଭାବେ ସଭାପତି ଇଂ ରାଜେଶ ମୋହାକୁଡଙ୍କ ତତ୍ତ୍ଵାବଧାନରେ ଖଇରା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଦିନକୁ ଦିନ ଗଣ୍ଡିବେଡ଼ ବଜାର ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିବାରେ ଲାଗିଛି ।

ପପୁନୁ ନାମକ ବ୍ୟକ୍ତି ବାରମ୍ବାର ବଜାରରେ ଦୋକାନୀ ମାନକୁ ଗାଳି ଗୁଲଜ କରୁଛି ଏବଂ ଜିନିଷ ନେଇ ପଇସା ଦେଉନାହିଁ, ମାଗିଲେ ମାରିବା ପାଇଁ ଧମକ ଦେଉଛି, ହତିଆର ଧରି ବଜାରରେ ବୁଲି ବୁଲି ଲୋକମାନକୁ ଭୟଭୀତ କରାଉଛି, ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛି ଦୋକାନୀ ମାନଙ୍କ ଦୋକାନ ଚୋରିରେ ମଧ୍ୟ ସମ୍ପୃକ୍ତ ରହୁଛି, ବାରମ୍ବାର ଅଭିଯୋଗରେ ଜେଲ୍ ଯାଉଛି ପୁଣି ବେଲରେ ଆସି ସେହିଭଲି କାର୍ଯ୍ୟ ଆରମ୍ଭ କରୁଛି ଯାହାଦ୍ୱାରା ଦୋକାନୀ ମାନେ ଭୟଭୀତ ଓ ଆତଙ୍କିତ ହୋଇପଡୁଛନ୍ତି । ଗତ କାଲି ପପୁନୁ ନାମକ ବ୍ୟକ୍ତି ମଧ୍ୟ ଦୁଇଜଣ ବ୍ୟବସାୟୀକୁ ମାରଣାଅସ୍ତ୍ରରେ ଆକ୍ରମଣ କରିଛି ଓ ଗୋଟେ ଦୋକାନକୁ ମଧ୍ୟ ଭଙ୍ଗା ରୁଜା କରିଛି । ଏଥିସହିତ ଗତକାଲି ରାତିରେ ଗଣ୍ଡିବେଡ଼ ବଜାରର ୧୧ଟି ଦୋକାନ ଭାଙ୍ଗି ଚୋରି ହୋଇଛି ।

ଏହାର ସ୍ଥାୟୀ ସମାଧାନ କରିବା ସହିତ ବଜାରରେ ପୋଲିସ ପକ୍ଷରୁ ପେଟ୍ରୋଲିଂର ବ୍ୟବସ୍ଥା ଓ ରାତ୍ର ଜଗୁଆଳି ପଠାଇବା ଅଭିଯୋଗରେ ଦାବି କରିଛି ବଣିକ ସଙ୍ଘ । ଆସନ୍ତା ୭ ଦିନ ମଧ୍ୟରେ ଯଦି ଏହା କୌଣସି ସମାଧାନ କରା ନଯାଏ ତାହାଲେ ବଣିକ ସଂଘ ପକ୍ଷରୁ ବଜାର୍ ବନ୍ଦ କରିବା ସଙ୍ଗେ ସଙ୍ଗେ ସୋର୍ କୁପାରୀ ମୁଖ୍ୟ ରାସ୍ତାକୁ ଅବରୋଧ କରି ରାସ୍ତା ମଝିରେ ଧାରଣାରେ ବସିବା ପାଇଁ ଚେତାବନୀ ଦେଇଛି ସଙ୍ଘ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published. Required fields are marked *