କଟକ ସିଟି ହସ୍ପିଟାଲ ସମ୍ମୁଖରେ ଦେଖିବାକୁ ମିଳିଛି ଅଜବ ଘଟଣା

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ସିଟି ହସ୍ପିଟାଲ ସମ୍ମୁଖ ଆଜି ଦେଖିବାକୁ ମିଳିଥିଲା ଏକ ଅଜବ ଘଟଣା। ପାଣିରେ ଅଧା ବୁଡି ରହିଥିଲା ଗେଟ୍ ର ମୁଖ୍ୟ ପାର୍ଶ୍ଵ। ଆଜି ସକାଳ ସମୟରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପାଣି ପାଇପ ଫାଟିବା ଫଳରେ ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ଯାହାଫଳରେ ମେଡିକାଲ ଭିତରକୁ ଯିବା ଆସିବା କରିବା କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ସବୁଠାରୁ ବଡ କଥା ହେଲା କି ବିଗତ କିଛି ମାସ ମଧ୍ୟରେ କଟକ ସହରରେ ବିଭିନ୍ନ ସ୍ଥାନ ମାନଙ୍କରେ ଏହିଭଳି ଘଟଣା ଘଟିଚାଲୁଥିଲେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ ର ନିରବତା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *