କୋଶଲି ଭାଷାର ସାମ୍ବିଧାନିକ ମାନ୍ୟତା ଦାବିରେ ଗଣଧାରଣା

Spread the love

ପାଟଣାଗଡ, (ନାଗରାଜ ନ୍ୟୁଜ): ପାଟଣାଗଡ କଚେରୀ ଛକ ଠାରେ କୋଶଲି ଡେରା ତରଫରୁ କୋଶଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରି ମାତୃଭାଷା ମାନ୍ୟତା ସହିତ ଅନ୍ୟାନ୍ୟ ଦାବିରେ ଗଣ ଧାରଣା ଦିଆଯାଇଥିଲା । ପଶ୍ଚିମାଞ୍ଚଳର ଦୁଇ କୋଟି ଲୋକ ବ୍ୟବହାର କରୁଥିବା କୋଶଲି ଭାଷା ପାଇଁ କୋଶଲ ସାହିତ୍ୟ ଏକାଡେମୀ ସ୍ଥାପନ,କୋଶଲ ବିଶ୍ୱବିଦ୍ୟାଳୟ ସ୍ଥାପନ କୋଶଲି ଭାଷାରେ ପାଠ୍ୟ ପୁସ୍ତକ ପ୍ରଚଳନ କରିବାକୁ ବକ୍ତବ୍ୟ ରେ ବକ୍ତା ମାନେ ଦାବୀ କରିଥିଲେ । କୋଶଲ ଯୁବ ସମନ୍ୱୟ ସମିତି ଏବଂ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କର୍ମକର୍ତ୍ତା ସମର୍ଥନ ଜଣାଇ ବିକ୍ଷୋଭ ସଭାରେ ଉଦବୋଧନ ଦେଇଥିଲେ । ଧାରଣାରେ କୋଶଲି ଡେରା ସଂଗଠନର ସଭାପତି ଭକ୍ତବନ୍ଧୁ ବିଶ୍ୱାଳ, ସମ୍ପାଦକ ଲାଲଚନ ବଗର୍ତ୍ତୀ,ସନ୍ତୋଷ ଦାଶ,ଗୌରୀ ରାଉତ,ସୁରୁଚି ମିଶ୍ର,ସଂଯୁକ୍ତା ପରିଚ୍ଛl,ରୁଦ୍ରମଣି ମେହେର,ପ୍ରହଲ୍ଲାଦ ସାହୁ,ସଂଯୁକ୍ତା ମେହେର, ଚଙ୍ଗରିଆ ପଞ୍ଚାୟତ ସରପଞ୍ଚ ସୁଶୀଲ କୁମାର ଗୁରୁ,ଧୂମାଭଟା ଯୁବ ସରପଞ୍ଚ ବନମାଳୀ ନାଏକ,ଆଦିବାସୀ ନେତା ପୁରୁଷୋତ୍ତମ ଧରୁଆ,ଘନ ଭୋଇ,ଈଶ୍ୱର ମିର୍ଦ୍ଧା,ହୃଷିକେଶ ଭୋଇ,କୋଶଲ ଯୁବ ସଂଗଠନ ର ସିପୁନ ଖମାରୀ,ବସନ୍ତ ବୁଡ଼େକ,ରଞ୍ଜନ ଖୁଆସ,ପ୍ରମୁଖ ସହିତ ଶତାଧିକ କୋଶଲ ପ୍ରେମି ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *