ସରପଞ୍ଚଙ୍କ ସ୍ବାମୀକୁ ବିଧାୟକଙ୍କ ମୁଣ୍ଡିଆ

Spread the love

ଗଁଦିଆ, (ନାଗରାଜ ନ୍ଯୁଜ): ସରପଞ୍ଚଙ୍କ ସ୍ବାମୀକୁ ବିଧାୟକ ମାରିଛନ୍ତି ମୁଣ୍ଡିଆ । ଏଭଳି ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବେଗା ଗ୍ରାମ ପଞ୍ଚାୟତରେ । ସୂଚନା ଅନୁଯାୟୀ ଉକ୍ତ ପଞ୍ଚାୟତରେ ସୁଧାଂଶୁବାଳା ସାହୁ ସରପଞ୍ଚ ଥିଲେ ମଧ୍ୟ ତାଙ୍କ ସ୍ବାମୀ ଓ ସ୍ବାମୀଙ୍କ ସହଯୋଗି କାର୍ଯ୍ୟ କରନ୍ତି । ଅର୍ଥାତ ପଞ୍ଚାୟତର ସମସ୍ତ କାର୍ଯ୍ୟ ସରପଞ୍ଚଙ୍କ ସ୍ବାମୀ ବୁଝିଥାନ୍ତି । ବିଧାୟକ ମହାଶୟ ଉକ୍ତ ପଞ୍ଚାୟତ ପରିଦର୍ଶନରେ ଯାଇଥିବାବେଳେ ତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ବେଗା ଗ୍ରାମବାସୀ ବିଧାୟକଙ୍କ ପାଖରେ ପଞ୍ଚାୟତରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହେଉନାହି ବୋଲି କହିଥିଲେ ।

ଏହାସହ ଗ୍ରାମବାସୀ ଏକଥା ମଧ୍ୟ କହିଛନ୍ତିଯେ, ପୂର୍ବ ଯୁବ ସରପଞ୍ଚ ପ୍ରଦୀପ ଦାସଙ୍କ ସମୟରେ ପଞ୍ଚାୟତରେ ନିର୍ମାଣ ହୋଇଥିବା ଚାରି ଚାରୋଟି ସୋଲାର ପାଣି ଟାଙ୍କି ଯାହାକୁ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଖରାପ ହୋଇପଡିଥିବାବେଳେ ଲୋକେ ପାଣି ପାଇଁ ହଇରାଣ ହେବା ଠାରୁ ଆରମ୍ଭ କରି ଡ୍ରେନ ପାଇଁ ଦୀର୍ଘ ଦିନ ଧରି ଘର ବାଟମୁହଁ ଖୋଳି ରଖିବା, ସେଇ ଡ୍ରେନରେ ପଡ଼ି ମହିଳାଙ୍କର ହାତଭାଙ୍ଗିବା, ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନାକୁ ଖୁଲମ୍ ଖୋଲା କୋଡ଼ିଏ ହଜାର ଟଙ୍କାରେ ବିକ୍ରୀ କରିବା ଏହି ସମସ୍ତ ଅଭିଯୋଗ ଗ୍ରାମବାସୀ ବିଧାୟକଙ୍କ ସାମ୍ନାରେ ରଖିଥିଲେ । ଏହିପରୀ ଅନେକ ଦୁର୍ନିତିରେ ସରପଞ୍ଚଙ୍କ ସ୍ବାମୀ ସମ୍ପୃକ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଧାୟକ ଗ୍ରାମବାସୀଙ୍କ ଠାରୁ ସମସ୍ତ ଅଭିଯୋଗ ଶୁଣିବା ପରେ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତତସହିତ ସମସ୍ତ ଘଟଣାରେ ଅତିଷ୍ଟ ହୋଇ ସର୍ବ ସମ୍ମୁଖରେ ସରପଞ୍ଚଙ୍କ ସ୍ବାମୀ ସଂଜିତ ପୃଷ୍ଟି (ବୁଲୁ )ଙ୍କୁ ମୁଣ୍ଡିଆ ମାରିଥିଲେ । ଯାହାକି ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ଢେଙ୍କାନାଳରୁ ସୌମ୍ୟରଂଜନ ମହାନ୍ତିଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published. Required fields are marked *