ଲୋକସଭାରେ ପାରିତ ହେଲା ୩ କୃଷି ଆଇନ ଉଚ୍ଛେଦ ବିଲ

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଲୋକସଭାରେ ପାରିତ ହୋଇଛି ୩ କୃଷି ଆଇନ ଉଚ୍ଛେଦ ବିଲ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ ଆଣିଥିବାବେଳେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ବିଲ ଲୋକସଭାରେ ପାରିତ ହୋଇଛି । ବାଚନିକ ଭୋଟରେ ବିଲ ପାରିତ ନେଇ ବାଚସ୍ପତି ଘୋଷଣା କରିଛନ୍ତି । ଚର୍ଚ୍ଚା ଆବେଦନ ଅଗ୍ରାହ୍ୟ ହେବାରୁ ବିରୋଧୀ ହୋ-ହାଲ୍ଲା କରିଥିଲେ । ତେବେ ଏହାପରେ ବାଚସ୍ପତି ଅପରାହ୍ନ ଦିନ ୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି । ବିଲ ସମ୍ପର୍କରେ ଚର୍ଚ୍ଚା ପାଇଁ ବିରୋଧୀ ଦଳ ଦାବି କରିଥିଲେ ।

କଂଗ୍ରେସ ସହ ତୃଣମୂଳ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଚର୍ଚ୍ଚା ପାଇଁ ଦାବି କରିଥିଲେ । ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। କଂଗ୍ରେସ ସଦସ୍ୟମାନେ ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରଦର୍ଶନ କରି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଗ୍ୟାରେଣ୍ଟି ଆଇନ ଲାଗୁ କରିବାକୁ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *