ଛତିଶଗଡ ଓଡିଶା ସୀମାନ୍ତରେ ମାଓବାଦୀ ଉପସ୍ଥିତ ଜାହିର, ଭୟରେ ସ୍ଥାନୀୟ ବାସିନ୍ଦା

Spread the love

ନୂଆପଡା, (ଦୁର୍ଯ୍ୟୋଧନ ବର୍ଗେ): ନୂଆପଡା ଜିଲ୍ଲା ସୀମାକୁ ଲାଗି ରହିଥିବା ଛତିଶଗଡ଼ ରାଜ୍ଯର ମେନପୁର୍ ଥାନା ଅଞ୍ଚଳ ରେ ମାଓବାଦୀ ମାନେ ପୁଣି ଉପସ୍ଥିତି ଯାହିର କରିଛନ୍ତି। ମାଓବାଦୀ ମାନେ ଅମାମୋରା ଗ୍ରାମର ପର୍ଶୁରାମ ଭୁଂଜିଆ (୩୫) ବୟସ ନାମକ ଯୁବକଙ୍କୁ ନିର୍ମମ ଭାବେ ହତ୍ଯା କରିଥିବା ଜଣାପଡିଛି । ଗତ ୧୬ ତାରିଖ ଦିନ ଯୁବକ ଜଣକ ନିଜ ଜମିକୁ ଚାଷ କାର୍ଯ୍ୟ କରିବା ପାଇଁ ଯାଇଥିଲେ। ପରେ ନିକଟସ୍ଥ ବାଜିମୁଣ୍ତା ନାଲାକୁ ଗାଧୋଇବା ପାଇଁ ଯାଇଥିବା ବେଲେ ସେଠାରୁ ମାଓବାଦୀ ମାନେ ଅପହରଣ କରି ନେଇ ଠେଙ୍ଗା ରେ ନିର୍ମମ୍ ଭାବେ ହତ୍ଯା କରିଛନ୍ତି । ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ଖୋଜ ଖବର ମିଲିନଥିଲା। ହେଲେ ସୂଚନା ଅନୁଯାୟି ଗତ ୧୬ ତାରିଖ ଦିନ ମୃତକଙ୍କ ଶବକୁ ଗାଁ ନିକଟରେ ଫିଙ୍ଗିଦେଇ ଚାଲି ଯାଇଥିଲେ। ସେଠାରେ କିଛି ମାଓବାଦୀ ଫୋଷ୍ଟରେ ଏସ୍ ଡି କେ ସୋନାବେଡା ଧରମବନ୍ଧା ଓ କୋୟଲି ବେଡା ଖୋଲି ବସ୍ତର ଏରିଆ କମିଟି ବୋଲି ଉଲ୍ଲେଖ ରହିଛି।

ମୃତକ ଶରିରର ବିଭିନ୍ନ ସ୍ଥାନରେ ଠେଙ୍ଗାରେ ପିଟିପିଟି ହତ୍ଯା କରିବା ସହ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ମେନପୁର୍ ପୋଲିସ ସୁତ୍ରରୁ ଜଣାପଡିଛି । ମେନପୁର୍ ପୋଲିସ ଦ୍ୱାରା ମାଓବାଦୀଙ୍କ ନାମରେ ମାମଲା ରୁଜୁକରି କମ୍ବି ଅପରେସନକୁ ଯୋରଦାର କରିଥିବା ମେନପୁର୍ ଥାନା ଅଧିକାରି ସତ୍ୟେନ୍ଦ୍ର ସିଂ ଶ୍ୟାମ ପ୍ରକାଶ କରିଛନ୍ତି । ଘଟଣା ପରେ ସମ୍ପୁକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନାଯୋଗ୍ୟଯେ, ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଠାରୁ ୧୦ କିଲୋମିଟର ଦୂରବର୍ତ୍ତୀ ଅମାମୋରା ଗ୍ରାମ ସମ୍ପୂର୍ଣ୍ଣ ଭାବରେ ମାଓବାଦୀ ଅଧ୍ୟୁଷ୍ଟିତ ଅଞ୍ଚଳ ଅଟେ। ଏହି ଅଞ୍ଚଳରେ ମାଓବାଦୀମାନେ ଡେରା ପକାଇ ପୂର୍ବରୁ ଅନେକ ହିଂସା କାଣ୍ତ ଘଟାଇ ଚାଲିଥିବା ବେଲେ ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରି ଆସୁଛନ୍ତି । ଦୀର୍ଘ ଦିନର ନିରବତା ପରେ ସୀମାନ୍ତରେ ପୁଣି ଉପସ୍ଥିତି ଯାହିର କରିଛନ୍ତି ମାଓବାଦୀ । ଉକ୍ତ ଗ୍ରାମରେ ଛତିଶଗଡ଼ ଜିଲା ମେନପୁର୍ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଛି ।

Leave a Reply

Your email address will not be published. Required fields are marked *